Pratidin TV

Odisha's Digital News Platform

ଅଶାନ୍ତ ହେଲାଣି ସମୁଦ୍ର ମାଡ଼ି ଆସୁଛି ବାତ୍ୟା ମିଲଟନ

1 min read

ଅଶାନ୍ତ ହେଲାଣି ସମୁଦ୍ର | ମାଡି ଆସୁଛି ଭୟଙ୍କର ବାତ୍ୟା ମିଲଟନ | ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ମିଲଟନ୍ । ଶକ୍ତିଶାଳୀ କ୍ୟାଟାଗୋରି-ଫାଇଭ୍ ଅର୍ଥାତ୍ ଅତି ଭୀଷଣ ରୂପ ନେଇ ଆଟଲାଣ୍ଟିକ ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି । ଏବେ ଏହା ଟାମ୍ପା ଫ୍ଲୋରିଡ଼ାକୁ ମୁହାଁ କରିବାକୁ ଆକଳନ କରାଯାଉଛି | ତେବେ ଏହି ଲ୍ୟାଣ୍ଡଫଲ ବେଳେ ୧୬୫ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ନେଇ ଚେତବାଣୀ ଦିଆଯାଇଛି |

ବାତ୍ୟା ପ୍ରଭାବିତ ଅଞ୍ଚଳରୁ ରକ୍ଷା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ | ୧୫ ରୁ ୨0 ଫୁଟ ଉଚ୍ଚର ସମୁଦ୍ର ଜୁଆର ଆସିବାର ସମ୍ଭାବନା ରହିଛି | ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରୀୟ ଫ୍ଲୋରିଡ଼ାର କିଛି ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ରହିଛି | ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତଟବର୍ତ୍ତୀ ଅଞ୍ଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିପାଇଁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ପ୍ରାୟ ୩୦ ଲକ୍ଷ ଲୋକ ରହୁଥିବା ଟାମ୍ପା ବେଅଞ୍ଚଳ ପ୍ରତି ସବୁଠୁ ଅଧିକ ବିପଦ ରହିଛି । ଫ୍ଲୋରିଡ଼ାର ୧୧ଟି କାଉଣ୍ଟିରେ ଏହାର ପ୍ରଭାବପଡ଼ିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ୨ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତଟବର୍ତ୍ତୀ ଅଞ୍ଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିପାଇଁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *