Pratidin TV

Odisha's Digital News Platform

ଓଡ଼ିଶା ସହ ଥିଲା ରତନ ଟାଟାଙ୍କର ଅତୁଟ ସମ୍ପର୍କ , କରିଥିଲେ ସବୁଠୁ ଅଧିକ ପୁଞ୍ଜି ନିବେଶ !

1 min read

ଆଉ ନାହାନ୍ତି ବ୍ୟବସାୟ ଜଗତର ଚାଣକ୍ୟ ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରତନଙ୍କୁ କିଛିଦିନ ତଳେ ଦକ୍ଷିଣ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହେବାରୁ ରତନ ତାହାକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବୁଧବାର ରତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଥିବା ଟାଟା ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ତାଙ୍କ ପରଲୋକରେ ଭାରତର ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।


ସବୁଠୁ ବଡ଼ କଥା ହେଲାଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ଅତୁଟ ଓ ଅନାବିଳ । ତାଙ୍କ ଟାଟା ଷ୍ଟିଲ କମ୍ପାନୀ ପାଇଁ ଓଡିଶା ଥିଲା ସ୍ବର୍ଣ୍ଣର କ୍ଷେତ୍ର, ସେଥିପାଇଁ ଶିଳ୍ପ କ୍ଷେତ୍ରରେ ଓଡିଶା ଥିଲା ତାଙ୍କର ପ୍ରଥମ ପସନ୍ଦ । ଶିଳ୍ପ, ସମାଜସେବା ଅର୍ଥନୈତିକ ସବୁ କ୍ଷେତ୍ରରେ ଓଡିଶାରେ ଯେପରି ଟାଟାଙ୍କ ଅବଦାନ ଅତୁଳନୀୟ । ଓଡିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁର ପ୍ରୋଜେକ୍ଟ ଏବଂ ଗଞ୍ଜାମରେ ହୋଇଥିବା ଜାଗା ମିଶନ ସବୁଥିରେ ନିଜର ପ୍ରତ୍ୟକ୍ଷ ଉପସ୍ଥିତି ରଖିବା ସହିତ ଏଥିପାଇଁ ବହୁଥର ଓଡିଶା ଆସିଛନ୍ତି ରତନ ଟାଟା ।

Advertisement

୧୯୯୫ ମସହାରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ଟାଟା । ଗୋପାଳପୁର ଷ୍ଟିଲ୍ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ୨୦୧୮ରେ ସଡିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା ଯୋଜନାରେ ତତ୍କାଳୀନ ନବୀନ ସରକାରଙ୍କ ସହ ମିଶି ଜାଗା ମିଶନର ପ୍ରକଳ୍ପ ଆରମ୍ଭ କରିଥିଲେ । ଯାହା ସେତେବେଳେ ମସ୍ତି ବାସନ୍ଦାଙ୍କ ପାଇଁ ବିଶ୍ବର ସବୁଡୁ ବଡ ପ୍ରକଳ୍ପର ମାନ୍ୟତା ପାଇଥିଲା । ଖାଲି ସେତିକି ନୁହେଁ ରାଜ୍ୟର ଦୁର୍ବିପାକ ସମୟରେ ମଧ୍ୟ ସବୁବେଳେ ରାଜ୍ୟ ସରକାରଙ୍କ ସହ କାନ୍ଧ ମିଶାଇ ଛିଡା ହୋଇଛନ୍ତି ରତନ ଟାଟା ଓ ତାଙ୍କ ଟାଟା ଗ୍ରୁପ୍ । ଏବେ ଟାଟା ଗ୍ରୁପର ବିଭିନ୍ନ ଫ୍ରାନ୍ଚାଇଜ୍ ଓଡିଶାକୁ ସମୃଦ୍ଧ କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଉଦ୍ୟୋଗ, ବୈଷୟିକ ବିଦ୍ୟା ଓ କୌଶଳ ବୃଦ୍ଧି କରିବା କ୍ଷେତ୍ରରେ ସହାୟକ ହେଉଛି ।

୧୯୩୭ ଡିସେମ୍ବର ୨୮ରେ ବ୍ରିଟିଶ୍‌ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସିରେ ଶିଳ୍ପପତି ନାଭାଲ ହେରମୁସ୍‌ଜୀ ଟାଟାଙ୍କ ଔରସରୁ ରତନ ଟାଟା ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇର ଚାମ୍ପିୟନ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ସେ ଶିମ୍‌ଲାସ୍ଥିତ ବିଶପ୍‌ ଜନ୍‌ କୋନ୍ନୋନ ସ୍କୁଲ ଏବଂ ୧୯୫୫ରେ ନ୍ୟୁୟର୍କସ୍ଥିତ ରିଭରଡେଲ୍‌ କଣ୍ଟ୍ରି ସ୍କୁଲରେ ଅଧ୍ୟୟନ କରିଥିଲେ। ରତନ ୧୯୯୦ରୁ ୨୦୧୨ ଓ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ୨ ଥର ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ରତନ ଟାଟା ଆଜୀବନ ଅବିବାହିତ ଥିଲେ। ୨୦୧୧ରେ ସେ କହିଥିଲେ, ତାଙ୍କୁ ୪ ଥର ବିବାହ ସୁଯୋଗ ମିଳିଥିଲା। କିନ୍ତୁ ପ୍ରତ୍ୟେକ ଥର ସେ କୌଣସି ନା କୌଣସି କାରଣରୁ ଭୟଭୀତ ହୋଇ ବିବାହକୁ ଏଡ଼ାଇ ଦେଇଥିଲେ। ରତନ ଜଣେ ସରଳ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ବ୍ୟବସାୟିକ ପରିଚାଳନା ସହ ଅନେକ ଦାତବ୍ୟ ଅନୁଷ୍ଠାନ ଗଢ଼ି ଜନସେବାରେ ନିଜକୁ ସମର୍ପିତ କରିଥିଲେ। ଏଥିପାଇଁ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିଲେ। ୨୦୦୦ରେ ରତନଙ୍କୁ ପଦ୍ମଭୂଷଣ ଓ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ଏହାବାଦ୍‌ ୨୦୦୬ରେ ମହାରାଷ୍ଟ୍ର ଭୂଷଣ ଓ ୨୦୨୧ରେ ଆସାମ ବୈଭବ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *