Pratidin TV

Odisha's Digital News Platform

ଟାଟାଙ୍କ ବିୟୋଗରେ ଭାଙ୍ଗିପଡିଛନ୍ତି ନବୀନ

1 min read

ଶରଣ, ଭଦ୍ର, ଓ ବିନୋୟି ରତନ ଟାଟାଙ୍କୁ ହରାଇ ଏବେ ସାରା ଦେଶବାସୀ ଶୋକ ପ୍ରକାଶ କରୁଛନ୍ତି | ସେ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ | ଦେଶର ପ୍ରଥମ ବିଳାସପୂର୍ଣ୍ଣ ହୋଟେଲ ଠାରୁ ଆରମ୍ଭ କରି ପ୍ରଥମ ଏୟାର ଲାଇନ୍ସ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରି ଟାଟା ଗ୍ରୁପ ରେକର୍ଡ ସୃଷ୍ଟି କରିପାରିଛି | ଆଉ ଏହାରି ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଦୁରଦୃଷ୍ଟି ସମ୍ପନ୍ନ ଶିଳ୍ପପତି ଚାଣକ୍ୟ ରତନ ଟାଟାଙ୍କ ବିୟୋଗ ବିଷୟରେ ଜାଣି ଗଭୀର ଦୁଃଖିତ | ସେ ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ | ସମଗ୍ର ବିଶ୍ୱରେ ବ୍ୟବାଷୟିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଛାପ ଛାଡିଛନ୍ତି | ଯାହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ | ମୋର ଚିନ୍ତାଧାରା ଓ ଭାବନା ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁ ମାନଙ୍କ ସହ ଅଛି | ତେବେ କେବଳ ସେ ଏକା ନୁହନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି |

ଭରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ପରଲୋକ ଘଟିଛି । ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ୮୬ ବର୍ଷ ବୟସରେ ରତନ ଟାଟା ଆଖି ବୁଜିଛନ୍ତି | ତେବେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଛି | ଅନ୍ତିମ ଦର୍ଶନ ପାଇଁ ଦକ୍ଷିଣ ମୁମ୍ବାଇର ନ୍ୟାଶନାଲ ସେଣ୍ଟର୍‌ ଫର୍‌ ପର୍‌ଫର୍‌ମିଂ ଆର୍ଟ (ଏନ୍‌ସିପିଏ) ରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେଠାରେ ରଖାଯିବ ଏବଂ ଦିନ ଶେଷରେ ମୁମ୍ବାଇର ଓ୍ବର୍ଲି ଅଞ୍ଚଳରେ ଶେଷ ରୀତିନୀତି କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ତରଫରୁ ଶେଷ ରୀତିନୀତିରେ ଯୋଗଦେବେ।

Advertisement

Leave a Reply

Your email address will not be published. Required fields are marked *