Pratidin TV

Odisha's Digital News Platform

କମ୍ ବୟସରୁ ଧଳା ପଡୁଛି କି ଆପଣଙ୍କୁ କେଶ ! ଏହି ଦେଶୀ ଜିନିଷରେ ଲୁଚିରହିଛି ଆପଣଙ୍କ କେଶ ସମସ୍ୟାର ସମାଧାନ ..

1 min read

ଭୁବନେଶ୍ୱର : ଆଜିକାଲି ଦୁନିଆରେ ପ୍ରାୟ ସମସ୍ତଙ୍କ ମୁଣ୍ଡ ବିନ୍ଧା କାରଣ ପାଲଟିଛି କେଶ ସମସ୍ୟା । ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଦେଖାଦେଇଛି ଭିନ୍ନ ଭିନ୍ନ ପ୍ରକାରର କେଶ ସମସ୍ୟା । ସାଧାରଣ ଭାବେ ଲୋକମାନଙ୍କ ବୟସ ବଢିବା ସହ ସେମାନଙ୍କ କେଶର ରଙ୍ଗ କଳା ପରିବର୍ତ୍ତେ ଧିରେ ଧିରେ ଧଳା ହୋଇଯାଏ । କିନ୍ତୁ ବର୍ତ୍ତମାନ ଅନେକ କମ୍ ବୟସର ପିଲାମାନଙ୍କ ଠାରେ ଦେଖାଦେଇଛି ଏଭଳି କେଶ ସମସ୍ୟ । ଯାହାକୁ ନେଇ ଚିନ୍ତାରେ ବର୍ତ୍ତମାନର ଯୁବପୀଢି । ପ୍ରାୟତ ସ୍କୁଲ ଏବଂ କଲେଜ ପଢୁଆ ଛୁଆମାନଙ୍କ ପାଇଁ ଏହି କେଶ ସମସ୍ୟା ଏକ ବଡ ଧରଣର ମୁଣ୍ଡବିନ୍ଧା ପାଲଟିଛି ।

କାରଣ ଯୁବ ପିଢିମାନେ ନିଜର କେଶକୁ ନେଇ ଅନେକ ଫ୍ୟାସନ କରିଥାନ୍ତି । କିନ୍ତୁ ଯେତେବେଳେ ତାଙ୍କ କେଶର ରଙ୍ଗ କଳା ବଦଳରେ ଧଳା ହେବା ଆରମ୍ଭ କରିଦିଏ । ସେତେବେଳେ ତାଙ୍କ ଆତ୍ମବିଶ୍ୱାସ ଖସିବାକୁ ଲାଗେ ।ଏବଂ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ ।

Advertisement

ତେବେ ଚାଲନ୍ତୁ ଜାଣିବା ବର୍ତ୍ତମାନ କାହିଁକି ଏଭଳି ସମସ୍ୟା ଦେଖାଦେଉଛି ଯୁବପିଢିଙ୍କ ଠାରେ ।
ଆମର ହେଲ୍‌ଥ ଏକ୍ସପର୍ଟମାନଙ୍କ କହିବା ଅନୁଯାୟୀ କମ୍ ବୟସରେ କେଶ ଧଳା ପଡିବା ପଛରେ ଅନେକ କାରଣ ରହିଛି । ଯେପରି ଏହା ବଂଶାନୁକ୍ରମିକ , ପୁଷ୍ଟିସାର ଅଭାବ , ଚିନ୍ତା , ପୁରୁଷମାନଙ୍କ ହରମୋନ ଟେଷ୍ଟୋଷ୍ଟେରୋନର ଅଧିକ ହେବା ଇତ୍ୟାଦି ।

ତେବେ ଏସବୁକୁ ଆମେ ସମୟ ପୂର୍ବରୁ ହିଁ ଅଟକାଇ ପାରିବା ।ନିଜର ଖାଦ୍ୟରେ ପରିବର୍ତ୍ତନ ସହ କେଶର ଜତ୍ନ ନେଲେ ଏସବୁ ସମସ୍ୟା ର ସମାଧାନ ହୋଇପାରିବ । ତେବେ କିଛି ଦେଶୀ ଉପାୟରେ ମଧ୍ୟ ଆପଣ ନିଜ କେଶର ଜତ୍ନ ନେଇପାରିବେ । ଯେପରିକି-

ରିଠା ଏବଂ ଶିକାକାୟ –କେଶକୁ ଧଳା ହେବାରୁ ରକ୍ଷା କରିବା ପାଇଁ ଆପଣମାନେ ଏହି ଦୁଇ ଫଳକୁ ବ୍ୟବହାର କରିପାରିବେ । ଏହି ଫଳକୁ ରାତିରେ କିଛି ପାଣିରେ ଭିଦାଇ ଦିଅନ୍ତୁ । ସକାଳୁ ଉଠି ଏହି ଫଳକୁ ଏକାସାଙ୍ଗରେ ଫୁଟାନ୍ତୁା ତାପରେ ଏହାକୁ ସାମ୍ପୂ ପରି ବ୍ୟବହାର କରନ୍ତୁ ।

ଅଁଳା-ଶୁଖିଲା ଅଁଳାକୁ ରାତିରେ ଶୋଇବା ପୂର୍ବରୁ କିଛି ପାଣିରେ ଭିଦାଇ ଦିଅନ୍ତୁ । ସକାଳୁ ମୁଣ୍ଡ ସଫା କରି ଏହାକୁ ପ୍ରାକୃତିକ କଣ୍ଡିସନର ଭାବେ ବ୍ୟବହୃତ କରନ୍ତୁ ।

ଅଧିକ ଚିନ୍ତା କରନ୍ତୁନି – ଅଧିକ ଚିନ୍ତା କରିବା ଆପଣଙ୍କ ସ୍ୱାସ୍ଥ ସହ ଆପଣଙ୍କ କେଶ ପାଇଁ ମଧ୍ୟ ଉତ୍ତମ ନୁହେଁ । ଏହା ଆପଣଙ୍କ କେଶକୁ ଧଳା ପକାଇବାର ମୁଖ୍ୟ କାରଣ ସାଜି ପାରେ ।

ଫଳ ରସ / ସବୁଜ ପନିପରିବା – ଆପଣ ନିଜର ପ୍ରତ୍ୟାକ ଦିନ ଖାଦ୍ୟରେ ଫଳରସ ଏବଂ ସବୁଜ ପନିପରିବା ଖାଆନ୍ତୁ । କାରଣ ଏଥିରୁ ଆପଣଙ୍କ କେଶକୁ ଆଣ୍ଟି ଅକ୍ସିଡେଣ୍ଟମିଳେ । ଯାହା ଆପଣଙ୍କ କେଶକୁ ଶ୍ରୀଘ୍ର ଧଲା ହେବାକୁ ଦିଏନାହିଁ ।
ପ୍ରୋଟିନ୍ – ନିଜ ଖାଦ୍ୟରେ ଅଣ୍ଡା,ଚିକେନ୍ ,ମାଛ,ଡାଲି ଇତ୍ୟାଦି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ ।

Leave a Reply

Your email address will not be published. Required fields are marked *