Pratidin TV

Odisha's Digital News Platform

ରତନ ଟାଟାଙ୍କ ପ୍ରେରଣାଦାୟୀ ବାର୍ତ୍ତା ବଦଳାଇଦେବ ଜୀବନର ମୋଡ଼..

1 min read

ଆଉ ନାହାନ୍ତି ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ହୋଇଛି। ସେ ପାଲଟିଥିଲେ କୋଟି କୋଟି ଯୁବ ବ୍ୟବସାୟୀଙ୍କ ଆଦର୍ଶ। ତାଙ୍କ ପ୍ରେରଣାଦାୟୀ ବାର୍ତ୍ତାରେ ଯୁବପିଢି ହେଉଥିଲେ ଅନୁପ୍ରାଣିତ। ଏଥିପାଇଁ ତାଙ୍କୁ ‘ଜୀବନ୍ତ ଧର୍ମନିରପେକ୍ଷ ସନ୍ଥ’ ବୋଲି କୁହାଯାଉଥିଲା। ତେବେ ଆସନ୍ତୁ ଜାଣିବା ତାଙ୍କର ସେହି ପ୍ରେରଣାଦାୟୀ ବାର୍ତ୍ତା ସମ୍ପର୍କରେ ..

  • ଯଦି ତୁମେ ଶୀଘ୍ର ଯିବାକୁ ଚାହୁଁଛ, ତାହେଲେ ଏକୁଟିଆ ଚାଲ। କିନ୍ତୁ ଯଦି ତୁମେ ବହୁତ ଦୂରକୁ ଯିବାକୁ ଚାହୁଁଛ, ତେବେ ଏକାଠି ହୋଇଚାଲ।
  • ଜୀବନରେ ଉତଥାନ ଏବଂ ପତନ ଭୟ ରହିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ବାରା ଆମେ ଆଗକୁ ବଢିପାରିବା। କାରଣ ECG ରେ ଏକ ସିଧା ଲାଇନର ଅର୍ଥ ହେଉଛି ଯେ ଆମେ ଜୀବିତ ନୁହଁ।
  • ସଫଳତା ପଦ-ପଦବୀରୁ ମପାଯାଏନି, ଆପଣଙ୍କ ସଫଳତା ଅନ୍ୟମାନଙ୍କ ଉପରେ ପକାଉଥିବା ପ୍ରଭାବ ଦ୍ୱାରା ମାପ କରାଯାଏ।
  • ମୁଁ କାର୍ଯ୍ୟ-ଜୀବନ ସନ୍ତୁଳନରେ ବିଶ୍ବାସ କରେ ନାହିଁ। ମୁଁ କାର୍ଯ୍ୟ-ଜୀବନ ଇଣ୍ଟିଗ୍ରେସନରେ ବିଶ୍ୱାସ କରେ। ତୁମର କାର୍ଯ୍ୟ ଏବଂ ଜୀବନକୁ ଅର୍ଥପୂର୍ଣ୍ଣ କର।
  • ଲୋକେ ଫିଙ୍ଗୁଥିବା ପଥରକୁ ସାଇତି ରଖ, ଆଉ ଏହାକୁ ସ୍ମାରକୀ ନିର୍ମାଣ ପାଇଁ ବ୍ୟବହାର କର
  • ‘ଲୁହାକୁ କେହି ନଷ୍ଟ କରିପାରିବେ ନାହିଁ, କିନ୍ତୁ ଏହାର ନିଜ କଳଙ୍କି ଲିହାକୁ ନଷ୍ଟ କରିଥାଏ। ସେହିଭଳି ନିଜ ଚିନ୍ତାଧାରା ବ୍ୟତୀତ କୌଣସି ଜିନିଷ ତୁମର ବିନାଶ କରିପାରିବ ନାହିଁ।
  • ସହାନୁଭୂତି ଏବଂ ଦୟା ହେଉଛି ଜଣେ ଜନନାୟକଙ୍କର ସବୁଠାରୁ ବଡ଼ ଶକ୍ତି।

Advertisement

Leave a Reply

Your email address will not be published. Required fields are marked *