Pratidin TV

Odisha's Digital News Platform

ଜାଣନ୍ତି କି…..କେଉଁ ରୋଗରେ ପୀଡିତ ଥିଲେ ରତନ ଟାଟା?

1 min read

ବୟସ ଜନିତ ଅସୁସ୍ଥତା କାରଣରୁ ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା ବୁଧବାର ରାତିରେ ଭାରତର ମୁମ୍ବାଇର ଏକ ଡାକ୍ତରଖାନାରେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି | ବୟସ ସମ୍ବନ୍ଧୀୟ ଚିକିତ୍ସା ସମସ୍ୟା ପାଇଁ ତାଙ୍କୁ ମୁମ୍ବାଇର ବ୍ରେଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ସେ ବିପି ସମସ୍ୟାରେ ପୀଡିତ ଥିଲେ। ଉଚ୍ଚ BP ହେତୁ ଉଚ୍ଚ ରକ୍ତଚାପର ଅଭିଯୋଗ ପ୍ରାୟତଃ ରହିଥାଏ |

ସୋମବାର ଦିନ ଅସୁସ୍ଥତା କାରଣରୁ ରତନ ଟାଟା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ସେ ନିଜେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏକ ବିବୃତ୍ତି ଜାରି କରି କହିଥିଲେ। ଏବେ ହଠାତ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇ ବ୍ରିଚ୍‌‌ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ରତନ ଟାଟା କେଉଁ ରୋଗରେ ପୀଡିତ ଥିଲେ | ରତନ ଟାଟା ଲୋ-ବିପିରେ ପୀଡିତ ଥିଲେ। ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ସେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଶାହରୁଖ ଆସପି ଗୋଲିୱାଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ।

Advertisement

ସୂଚନା ଅନୁଯାୟୀ, ରତନ ଟାଟା ନିମ୍ନ ରକ୍ତଚାପ ଯୋଗୁଁ ହାଇପୋଟେନ୍ସନ୍ ଦ୍ୱାରା ପୀଡ଼ିତ ଥିଲେ। ଯେଉଁଥିପାଇଁ ତାଙ୍କ ଶରୀରର ଅନେକ ଅଙ୍ଗ ଧୀରେ ଧୀରେ କାମ କରିବା ବନ୍ଦ କରି ଦେଇଥିଲା। ସେ ଡିହାଇଡ୍ରେସନ୍ ସମସ୍ୟାରେ ମଧ୍ୟ ପୀଡିତ ଥିଲେ। ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଏକ ଗୁରୁତର ସମସ୍ୟା। ପରେ ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |

ପୂର୍ବ ସୂଚାନୁଯାୟୀ, ଅକ୍ଟୋବର ୭ତାରିଖରେ ଅସୁସ୍ଥ କାରଣରୁ ରତନ ଟାଟାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହଠାତ ତାଙ୍କ ର ରକ୍ତଚାପ ବହୁତ କମିଯାଇଥିବା ସୂଚନା ମିଳିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅଫିସିଆଲ ଭାବେ କୁହାଯାଇଥିଲା ଯେ ସେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଯାଇଥିଲେ। ଆଇସିୟୁରେ ଭର୍ତ୍ତି ହେବା ଖବରକୁ ନିଜେ ଖଣ୍ଡନ କରିଥିଲେ ରତନ ଟାଟା। କହିଥିଲେ ମୋ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗୁଜବ ବିଷୟରେ ମୁଁ ଅବଗତ ରହିଛି। ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଚିନ୍ତା କରିବାର କିଛି ନାହିଁ। ଜନସାଧାରଣ ଓ ଗଣମାଧ୍ୟମ ଭୁଲ ତଥ୍ୟ ପ୍ରସାରଣଠାରୁ ଦୂରେଇ ରୁହନ୍ତୁ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *