Pratidin TV

Odisha's Digital News Platform

ନୂଆ ବର୍ଷ ଦିଲ୍ଲୀ ଦୁର୍ଘଟଣା ମାମଲା : ଦୁଷ୍କର୍ମ ଅଭିଯୋଗ ମିଛ ! ସାମ୍ନାକୁ ଆସିଲା ମୃତ ଯୁବତୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ..

1 min read

ନୂଆଦିଲ୍ଲୀ : ୩୧ ଡିସେମ୍ବର ରାତିରେ ଦିଲ୍ଲୀରେ ଘଟିଥିବା ବର୍ବର ସଡକ ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଲା ମୃତ ଯୁବତୀ ଅଞ୍ଜଳିଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ । ତେବେ ଯୁବତୀଙ୍କୁ ଦୁଷ୍କର୍ମ ପରେ ରାସ୍ତା ଉପରେ ଏଭଳି ଘୋଷାଡି ନେଇ ମାରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଯାହାକୁ ଆଜି ମିଥ୍ୟା ପ୍ରମାଣ କରିଛି ପୋଷ୍ଟମାର୍ଟମ ରିପୋର୍ଟ । ଦିଲ୍ଲୀ ପୋଲିସକୁ ମିଳିଥିବା ରିପୋର୍ଟ ଅନୁସାରେ ୨୦ ବର୍ଷୀୟ ମୃତ ଯୁବତୀ ଅଞ୍ଜଳିଙ୍କ ଗୁପ୍ତାଙ୍ଗରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ । ତାଙ୍କୁ ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ କରିଛି ଦିଲ୍ଲୀ ପୋଲିସ ।

ତେବେ ୩୧ ତାରିଖ ଦିନ ରାତିରେ ଘଟିଥିବା ଏହି ବର୍ବର କାଣ୍ଡ ଦେଶବ୍ୟାପି ଆଲୋଚିତ ହେଉଛି । କାରଣ ମୃତ ଯୁବତୀ ଜଣଙ୍କ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଝିଅ ଥିଲେ । କିଛି ମାସ ପୂବରୁ ବାପାଙ୍କୁ ହରାଇ ଥିବା ଅଞ୍‌ଳଙ୍କ ପରିବାର କହିଲେ ନିଜର ୨ ଭାଇ ଜଣେ ୯ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କୁ ୧୩ ବର୍ଷ , ୨ ଭଉଣୀ ଆଉ ବିଧବା ମାଁ । ଏସଭିଙ୍କ ଆଶାରବାଢି ଥିଲେ ଅଞ୍ଜଳି । ଅଞ୍ଜଳି ଏକ ୱେଡିଙ୍ଗ୍ ପ୍ଲାନର ଭାବେ କାର୍ଯ୍ୟ କରୁଥିଲେ ।

Advertisement

ତେବେ ୩୧ ତାରିଖ ଦିନ ରାତି ୧.୪୫ ସମୟରେ ଅଞ୍ଜଳି ନୂଆ ବର୍ଷ ସେଲିବ୍ରେସନ କରିବାପାଇଁ ନିଜର ଜଣେ ମହିଳା ବନ୍ଧୁଙ୍କ ସହ ସ୍କୁଟି ଯୋଗେ ବାହରିଥିଲେ । ତାପରେ ଏକ ହୋଟେଲ ନେଇ ସେଠାରେ ସେଟିବ୍ରେଟ୍ କରି ଫେରିବା ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଅଞ୍ଜଳିଙ୍କ ବାନ୍ଧବୀ ଗାଡିରୁ ଝିଟିକି ପଡି ସୁରକ୍ଷିତ ଥିବା ବେଳେ , ନିଜେ ଅଞ୍ଜଳି କିନ୍ତୁ କାର୍ ଚକା ତଳେ ଫଶିରହିଯାଇଥିଲେ । ଅଞ୍ଜଳିଙ୍କ ଡ୍ରେସ କାର୍ ତଳେ କିଛି ଜିନିଷରେ ଲାଖି ରହିଯାଇଥିଲା ଫଳରେ ସେ କାର୍ ତଳେ ପ୍ରାୟ ୧୨ କିଲୋମିଟର ଯାଏ ଘୋଷାଡିହୋଇଯାଇଥିଲେ । ଯାହଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏସବୁ ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ଥିବା ବେଳେ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଏହି ଦୃଶ୍ୟ କଏଦ୍ ହୋଇଥିଲା ।

ତେବେ ଦିଲ୍ଲୀ ପୋଲିସ ସପୃକ୍ତ ଘଟନାର ତଦନ୍ତ କରି ଏହି ମାମଲାର ଅଭିଯୁକ୍ତ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରି ସେମାନଙ୍କ ନାଁ ଜାରି କରିଛି। ଏମାନଙ୍କ ନାଁ ହେଉଛି ମନୋଜ ମିତଲ, ଯିଏକି ଜଣେ ବିଜେପି ସଦସ୍ୟ ବୋଲି ଜଣାପଡିଛି। ସେହିପରି ଦୀପକ ଖନ୍ନା ହେଉଛି ଜଣେ ଡ୍ରାଇଭର, ଅମିତ ଖନ୍ନା ଜଣେ ବ୍ୟାଙ୍କ କର୍ମଚାରୀ, କ୍ରିଷ୍ଣା ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ମିଥୁନ ହେଉଛି ହେୟାର ଡ୍ରେସର।

ଆମ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଏକ ଫଟୋ ଟୁଇଟ କରିଛନ୍ତି। ଯେଉଁଥିରେ ମନୋଜ ମିତଲଙ୍କ ଫଟୋ ବିଜେପି ହୋଡିଙ୍ଗସରେ ଦେଖିବାକୁ ମିଳିଛି। ସେପଟେ ପୁଲିସ କହିଛି ଏହି ସମସ୍ତ ଅପରାଧୀ ହେଉଛନ୍ତି ସୁଲତାନପୁରୀ ଅଞ୍ଚଳର। ଆଇପିସି ଧାରା ୨୯୭ ଅନୁଯାୟୀ ଅପରାଧିକ ଷଡଯନ୍ତ୍ରରେ ମାମଲା ରୁଜୁ ହୋଇଛି। ଏହି ୫ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଯାଇଛି।ଅଭିଯୁକ୍ତମାନେ ଏପରି ବର୍ବର କାଣ୍ଡ ନିଶାଶକ୍ତ ଅବସ୍ଥାରେ ଘଟାଇଛନ୍ତି ବୋଲି ମଧ୍ୟ ସୂଚନା ଦେଇଛି ପୋଲିସ ।

Leave a Reply

Your email address will not be published. Required fields are marked *