Pratidin TV

Odisha's Digital News Platform

ଅସୁସ୍ଥ ଥାଇ ମଧ୍ୟ ଘଣ୍ଟା ଘଣ୍ଟା ଛିଡା ହୋଇ ମୋଦିଙ୍କ ପ୍ରଶଂସା କରୁଥିଲେ ଟାଟା

1 min read

ଭାଷଣ ଦେବା ବେଳେ ଥରୁଥିଲେ ରତନ, ନଇଁ ପଡିଥିଲା ଅଣ୍ଟା | ତଥାପି କରୁଥିଲେ ମୋଦିଙ୍କ ପ୍ରଶଂସା, ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲୋକେ | ୨ ବର୍ଷ ତଳୁ ହୋଇପଡିଥିଲେ ଅସୁସ୍ଥ, ତଥାପି ନଥିଲେ ବିଶ୍ରାମ | ଆସାମରେ ୭ଟି କ୍ୟାନସର ହସ୍ପିଟାଲ ନିର୍ମାଣରେ ଥିଲା ବଡ ଅବଦାନ |

ଭାଷଣ ଦେବା ସମୟରେ ଖନେଇ ଯାଉଥିଲା ପାଟି, ଥରିଯାଉଛି ଦେହ, ନଇଁ ପଡିଥିଲା ଅଣ୍ଟା ତଥାପି ବିନା କାହା ସାହାରାରେ ଷ୍ଟେଜ ଉପରେ ଅନର୍ଗଳ ଘଣ୍ଟା ଘଣ୍ଟା ଧରି ମୋଦିଙ୍କ ପ୍ରଶଂସା କରୁଥାନ୍ତି ରତନ ଟାଟା | ଆଉ ଏହାର ପାଖରେ ବସିଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମ ମୁଖ୍ୟମନ୍ତ୍ରୀ | ସମସ୍ତେ ଆଶ୍ଚଯ୍ୟ, ଦେହ ଦୁର୍ବଳ ଥିବା ସତ୍ତ୍ୱେ କେମିତି ଜଣେ ବ୍ୟକ୍ତି ଏତେ ଦମ୍ଭର ସହ ଭାଷଣ ଦେଉଥିଲେ |

Advertisement

ତେବେ ଏହି ଭିଡ଼ିଓ ହେଉଛି ୨0୨୨ ମସିହା ଏପ୍ରିଲ ୨୮ ତାରିଖର | ଯାହା ରତନ ଟାଟାଙ୍କର ଥିଲା ଶେଷ ଭାଷଣ | ୨ ବର୍ଷ ତଳୁ ରତନ ଟାଟା ଅସୁସ୍ଥ ହୋଇପଡିଥିଲେ | ତଥାପି ବିଶ୍ରାମର ନାଁ ନଥିଲା କାରଣ ତାଙ୍କ ପାଇଁ ଥିଲା କର୍ମ ହିଁ ଭଗବାନ | ଆସାମର ୭ଟି ନୂଆ କ୍ୟାନସର ହସ୍ପିଟାଲ ଶୁଭାରମ୍ଭ ବେଳେ ଏହି ଦୃଶ୍ୟ ସାମ୍ନାକୁ ଆସିଥିଲା | ୭ଟି କ୍ୟାନସର ହସ୍ପିଟାଲ ନିର୍ମାଣ କରି ଗରିବଙ୍କୁ ଚିକିତ୍ସା ଯୋଗାଇଥିଲେ ରତନ ଟାଟା ଏବଂ ଷ୍ଟେଜ ଉପରେ ଛିଡା ହୋଇ ମୋଦି ସରକାର ଆସାମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦ୍ୱାରା କରାଯାଉଥିବା ସମସ୍ତ ଉନ୍ନତ୍ତମୂଳକ କାର୍ଯ୍ୟର କରୁଥିଲେ ଭୁରି ଭୁରି ପ୍ରଶଂସା | ଉଭୟ ବ୍ୟବସାୟ ଜଗତ ଏବଂ ସାମାଜିକ ସେବାରେ ଉଦାହରଣ ପାଲଟିଛନ୍ତି |

Leave a Reply

Your email address will not be published. Required fields are marked *