Pratidin TV

Odisha's Digital News Platform

ରତନ ଟାଟାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର , ଅନ୍ତିମ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ଼..

1 min read

ଟାଟା ସନ୍ସର ଚେୟାରମ୍ୟାନ ଏବଂ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନପ୍ରାପ୍ତ ପଦ୍ମଭୂଷଣ, ରତନ ଟାଟାଙ୍କ ମରଶରୀର ଦକ୍ଷିଣ ମୁମ୍ବାଇର ନ୍ୟାଶନାଲ ସେଣ୍ଟର୍‌ ଫର୍‌ ପର୍‌ଫର୍‌ମିଂ ଆର୍ଟ (ଏନ୍‌ସିପିଏ) ରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେଠାରେ ରଖାଯିବ ଏବଂ ଦିନ ଶେଷରେ ମୁମ୍ବାଇର ଓ୍ବର୍ଲି ଅଞ୍ଚଳରେ ଶେଷ ରୀତିନୀତି କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ତରଫରୁ ଶେଷ ରୀତିନୀତିରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁମ୍ବାଇ ପୁଲିସ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ ଲାଗି ବାସଭବନ ଆଗରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । ଦେଶର ଏହି ମହାନ ଶିଳ୍ପପତିଙ୍କ କିପରି ଟିକିଏ ଝଲକ ପାଇବେ, ସେଥିପାଇଁ ଚାହିଁ ରହିଛନ୍ତି । କେବଳ ସାଧାରଣ ଲୋକେ ବହୁ ବଡ଼ ବ୍ୟକ୍ତିତ୍ବ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଛୁଟି ଆସିଛନ୍ତି ।

ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ଟାଟା ଗ୍ରୁପ୍‌କୁ ବିଶ୍ବରେ ପରିଚିତ କରିବା‌ରେ ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ବପ୍ନ ଦେଖିବାକୁ ଭୟ କରନାହିଁ। ସ୍ବପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ପ୍ରଥମେ ‌ଲୋକମାନେ ଉପହାସ କରିପାରନ୍ତି, କିନ୍ତୁ ସଫଳତା ମିଳିବା ପରେ ସମସ୍ତେ ତାହାକୁ ସ୍ବୀକାର କରିବା ସହ ଗର୍ବିତ ହେବେ।।

Advertisement

Leave a Reply

Your email address will not be published. Required fields are marked *