Pratidin TV

Odisha's Digital News Platform

ଭାଙ୍ଗୁଛି ଆଶାୟୀଙ୍କ ସ୍ୱପ୍ନ ,ଉଠିଯାଉଛି ପ୍ରଶାସନ ଉପରୁ ବିଶ୍ୱାସ ; ଆଡମିଟ୍ କାର୍ଡକୁ ଡଙ୍ଗାକରି ନଦୀରେ ଭସାଇଦେଲେ ଛାତ୍ରଛାତ୍ରୀ

1 min read

କଟକ ; କାଠଯୋଡ଼ି ନଦୀରେ ଆଡ଼ମିଟ୍ କାର୍ଡ ଡ଼ଙ୍ଗା କରି ଭସାଇଲେ ଆଶାୟୀ । ଭାଙ୍ଗିଯାଉଛି ହଜାର ହଜାର ସ୍ୱପ୍ନ , ଉଠିଯାଉଛି ପ୍ରଶାସନ ଉପରୁ ବିଶ୍ୱାସ । ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପସନ୍ ପକ୍ଷରୁ କଟକ କାଠଯୋଡ଼ି ନଦୀରେ ଆଡ଼ମିଟ୍ କାର୍ଡ ଡ଼ଙ୍ଗା କରି ଭସାଇଲେ।

ଅମୀନ ଆର୍ ଆଇ ପରିକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଆଡମିଟ୍ କାର୍ଡ କୁ କାଗଜ ଡଙ୍ଗା କରି ନଈରେ ଭସାଇଛନ୍ତି ଏଭଳି ପ୍ରତିବାଦ କରିବା ପଛର କାରଣ କେବଳ ସରକାରଙ୍କୁ ଚେତାଇ ଦେବା ପାଇଁ ବୋଲି କହିଛନ୍ତି ପ୍ରତିବାଦକାରୀ ପରୀକ୍ଷାର୍ଥୀ । ଆମେ ପ୍ରଥମ ଥର କଟକ ଜିଲ୍ଲାପାଳଙ୍କ ଜରିଆରେ ପରୀକ୍ଷା ବାତିଲ କରିବା ପାଇଁ ଦାବିପତ୍ର ଦେଇଥିଲୁ ହେଲେ ତା’ ପରେ ବି ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନ ନିଆଯିବା ଯୋଗୁଁ ଆଜି ବାଧ୍ୟ ହୋଇ ଏହିଭଳି ଢଙ୍ଗରେ ପ୍ରତିବାଦ କରିବାକୁ ଆମେ ବାଧ୍ୟ ହେଲୁ । ସରକାର ଏହି ପରୀକ୍ଷା ବାତିଲ ନ କଲେ ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ପ୍ରତିବାଦକାରୀ ।

Advertisement

Leave a Reply

Your email address will not be published. Required fields are marked *