Pratidin TV

Odisha's Digital News Platform

ଶେଷ ଯାତ୍ରାରେ ରତନ ଟାଟା , କାନ୍ଦି କାନ୍ଦି ବିଦାୟ ଦେଲା ପ୍ରିୟ ର କୁକୁର ଗୋଆ..

1 min read

ମଣିଷ ଓ କୁକୁର ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ । କୁହାଯାଏ ପୋଷା କୁକୁର ନିଜ ମଣିଷଙ୍କ ହୃଦୟର କଥାକୁ ଗଭୀରତାର ସହ ଅନୁଭବ କରି ପାରେ । ପାଟିରେ ବୟାନ କରି ପାରୁନଥିଲେ ମଧ୍ୟ ଭିନ୍ନ ଭିନ୍ନ ଅଙ୍ଗ ଭଙ୍ଗିରେ ନିଜ ମନ କଥା ପ୍ରକାଶ କରିଥାନ୍ତି । ଏମିତି  ହିଁ ଏକ ଘଟଣା ଘଟିଛି ପୋଷା କୁକୁର ଗୋଆ ସହ ।

ଆଜି ରତନ ଟାଟା ଙ୍କ ଦେହାନ୍ତ କୁ ସାହିପାରୁନି ଏ ନିରୀହ ପଶୁ । କାନ୍ଦି କାନ୍ଦି  ଶେଷ ଯାତ୍ରାରେ ସାମିଲ ହେବା ପାଇଁ ଦୌଡ଼ି ଆସିଛି । ଆଜି ରତନ ଟାଟା ଙ୍କ ବିୟୋଗ କେବଳ ମଣିଷକୁ  ପ୍ରଭାବିତ କରିନାହିଁ । କଥା କହିପାରୁନଥିବା ଏହି ନିରୀହ ପଶୁ ମାନଙ୍କୁ ବି ବେଶ ପ୍ରଭାବିତ କରିଛି । ଜୀବନର ଅନ୍ତିମ ମୁହୂର୍ତ୍ତରେ ବି ରତନ ଟାଟାଙ୍କ ସାଥୀ ପାଲଟିଥିବା  ଗୋଆ ମଧ୍ୟ ମୁମ୍ବାଇର ଏନପିସିଏ ଲନ୍  କୁ ଦୌଡ଼ି ଆସିଛି    ଯେଉଁଠାରେ ଶ୍ରୀ ରତନ ଟାଟାଙ୍କ ମୃତଦେହ ସର୍ବସାଧାରଣଙ୍କ ପାଇଁ ରଖାଯାଇଥିଲା। ଥରୁଟେ ତା ପ୍ରିୟର ମଣିଷ କୁ ଦେଖିବା ପାଇଁ । ଗୋଆ ର ଯତ୍ନ ନେଉଥିବା କର୍ମଚାରୀ କହିଛନ୍ତି ଗୋଆ ସକାଳୁ  କିଛି ଖାଇ ନାହିଁ | ଶିଳ୍ପ ଜଗତର ଏମିତି ଏକ ଅମୂଲ୍ୟ ମଣିଷ ରତନ ଟାଟା, ଯାହାଙ୍କ ବିଷୟରେ ଜାଣିବା ପରେ ସତରେ ଜଣେ ଅବାକ୍ ହୋଇଯିବ । ଏକ ନିଷ୍କପଟ ମଣିଷ, ଯାହାଙ୍କ ଠାରେ କେବଳ ପ୍ରେମ, ଅନାବିଳ ସ୍ନେହ ଓ ମଣିଷତ୍ବର ବାସ୍ନା ଭରିରହିଥିଲା । ଆଜି ତାଙ୍କର ବିୟୋଗରେ ଛୁରୁଛି ଭାରତ ।

Advertisement

ତେବେ ଯେ ଖାଲି ଶିଳ୍ପ ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଦେଶ ଛୁରୁଛି ତାହା ନୁହେଁ ବରଂ ଏକ ଏମିତି ସହୃଦୟ ବ୍ୟକ୍ତିତ୍ବକୁ ଦେଶ ଝୁରୁଛି ଯେ ଶବ୍ଦହୀନଙ୍କ ମନର କଥାକୁ ବୁଝି ପାରୁଥିଲେ । ବିଭିନ୍ନ ପଶୁଙ୍କ ପ୍ରତି ତାଙ୍କର ଯେଉଁ ସ୍ନେହ, ବିଶେଷ କରି କୁକୁରଙ୍କ ପ୍ରତି ତାଙ୍କର ଭଲପାଇବା ତାହା ବୟାନ କରୁଛି ।ଖାଲି ଯେ ପୋଷା କୁକର ତାହା ନୁହେଁ ବୁଲା କୁକୁରଙ୍କ ପାଇଁ ତାଙ୍କ ଦରଦ ହୃଦୟସ୍ପର୍ଶୀ । ତାଙ୍କର ସବୁଠୁ ପ୍ରିୟ ବନ୍ଧୁ ଥିଲା ଏହି  ‘ଗୋଆ’, ଯିଏକି ଗୋଟେ ଷ୍ଟ୍ରେ କୁକୁର ଥିଲା । ତେବେ ଏହି କୁକୁରର ନାଁକୁ ନେଇ ଟାଟା କହିଥିଲେ, ଗୋଆରୁ ତାଙ୍କ ସହକାରୀଙ୍କ ଗାଡିରେ  ମୁମ୍ବାଇ ପଳାଇଆସିଥିଲା । ତେଣୁ ତା ନାଁ ଗୋଆ ରଖାଗଲା ।

Leave a Reply

Your email address will not be published. Required fields are marked *