Pratidin TV

Odisha's Digital News Platform

ଭାରତର ଖାଦ୍ୟକୁ WWFର ପ୍ରଶଂସା …

1 min read

ଭାରତୀୟ ସଂସ୍କୃତି ଏବଂ ଏହାର ସ୍ୱାଦରେ ଏପରି ଆକର୍ଷଣ ରହିଛି ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଭାରତ ପ୍ରତି ଆକର୍ଷିତ ହୁଅନ୍ତି। ଅନେକ ବିଦେଶୀ ପର୍ଯ୍ୟଟକ ଆମର ସଂସ୍କୃତି ଏବଂ ଖାଦ୍ୟ ପ୍ରତି ଆକୃଷ୍ଟ ହୁଅନ୍ତି। ଭାରତରେ ଆସି ଭାରତୀୟ ଖାଦ୍ୟ ଖାଇବା ବିଦେଶୀଙ୍କ ପାଇଁ ଉତ୍ସାହଜନକ। ତେବେ ଭାରତ ତାର ସୁସ୍ବାଦୁ ଖାଦ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଥିବାବେଳେ, ଏବେ ଆଉ ଏକ ପ୍ରଶଂସା ସାଉଁଟିଛି । ବର୍ତ୍ତମାନ ଖାଦ୍ୟ ପ୍ରଣାଳୀକୁ ନେଇ ଭାରତ ପ୍ରଶଂସାର ପାତ୍ର ହୋଇଛି । ଓ୍ବାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡ (ଡବ୍ଲୁଡବ୍ଲୁଏଫ୍)ର ଲିଭିଂ ପ୍ଲାନେଟ୍ ରିପୋର୍ଟ ଅନୁଯାୟୀ, ଭାରତୀୟମାନେ ଖାଉଥିବା ଖାଦ୍ୟ ପରିବେଶ ପାଇଁ ଖୁବ୍ ଅନୁକୁଳ ଆଉ ପୋଷଣୀୟ ଅଟେ ।

ରିପୋର୍ଟ ମୁତାବକ, ଭାରତର ଖାଦ୍ୟପେୟ ସବୁଠୁ ସ୍ବାଗତଯୋଗ୍ୟ । ଯଦି ବିଶ୍ୱର ସମସ୍ତ ଦେଶ ଗୁଡିକ ୨୦୫୦ ସୁଦ୍ଧା ଭାରତର ଖାଦ୍ୟ ପ୍ରଣାଳୀକୁ ଅନୁସରଣ କରନ୍ତି, ତେବେ ପରିବେଶ ଉପରେ କୁପ୍ରଭାବ କମିଯିବ । ଏହା ଦ୍ବାରା ଆମର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଜମିର ବ୍ୟବହାର ମଧ୍ୟ କମିଯିବ । ଏହା ଦ୍ୱାରା ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ ରୋକାଯାଇ ପାରିବ ।

Advertisement

ମାତ୍ର ଗୋଟିଏରୁ କମ୍‌ ପୃଥିବୀ ଆବଶ୍ୟକ ପଡ଼ିବ । ଏଥିସହ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ମଧ୍ୟ କମ୍ ହେବ । ଏହା ଦ୍ୱାରା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ବୃଦ୍ଧି ପାଇବ ନାହିଁ । ଅନ୍ୟପଟେ, ଏହି ରିପୋର୍ଟ ଭାରତର ମିଲେଟ୍ ମିଶନକୁ ଖୁବ୍ ପ୍ରଶଂସା କରିଛି । ଭାରତର ମିଲେଟ୍ ମିଶନ୍ ପୁରୁଣା ଖାଦ୍ୟ ଶସ୍ୟ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି । ଏହି ଶସ୍ୟ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, ବରଂ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏକ ଶକ୍ତିଶାଳୀ ଅସ୍ତ୍ର ।

Leave a Reply

Your email address will not be published. Required fields are marked *