Pratidin TV

Odisha's Digital News Platform

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି , ଭାରତରେ ନିର୍ମାଣ ହେବ ଦୁଇଟି ପରମାଣୁ ବୁଡ଼ାଜାହାଜ ..

1 min read

ମୋଦୀ ସରକାର ଙ୍କ ବଡ ଘୋଷଣା । ସୁରକ୍ଷାକୁ ନେଇ କେନ୍ଦ୍ରୀୟ କ୍ୟାବିନେଟ କମିଟି ଦୁଇଟି ସ୍ୱଦେଶୀ ଆଣବିକ ବୁଡ଼ାଜାହାଜ ନିର୍ମାଣ କରିବା ପାଇଁ ଅନୁମତି ଦେଇଛି। ବିଶାଖାପାଟନମର ଜାହାଜ ନିର୍ମାଣ କେନ୍ଦ୍ରରେ ଏଗୁଡ଼ିକ ନିର୍ମାଣ କରାଯିବ। ସୂତ୍ରରୁ ପ୍ରକାଶ ଯେ ସେଗୁଡିକ ତିଆରି କରିବାରେ ଘରୋଇ କମ୍ପାନୀଗୁଡିକର ସାହାଯ୍ୟ ମଧ୍ୟ ନିଆଯାଇପାରେ। ଏହି ବୁଡ଼ାଜାହାଜଗୁଡିକ ଆରିହାଣ୍ଟ କ୍ଲାସଠାରୁ ଭିନ୍ନ ହେବ। ଆଡଭାନ୍ସଡ ଟେକ୍ନୋଲୋଜି ଜାହାଜ ପ୍ରକଳ୍ପ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ବୁଡ଼ାଜାହାଜଗୁଡ଼ିକର ନିର୍ମାଣ ପରେ ଭାରତ ମହାସାଗର ଓ ଦକ୍ଷିଣ ଚୀନ୍ ସାଗରରେ ନୌସେନାର ଶକ୍ତି ବୃଦ୍ଧି ପାଇବ।

ପ୍ରଥମ ପର୍ଯ୍ୟାୟରେ ଦୁଇଟି ବୁଡ଼ାଜାହାଜ ନିର୍ମାଣ କରାଯାଉଛି। ଏହି ଚୁକ୍ତି ଦୀର୍ଘ ସମୟ ଧରି ବିଚାରାଧୀନ ରହିଥିଲା ଓ ଭାରତର ଅଣ୍ଡର ୱାଟର ପ୍ରତିରକ୍ଷା କ୍ଷମତାର ଫାଟକୁ ଦୂର କରିବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥିବାରୁ ଭାରତୀୟ ନୌସେନା ଏହାକୁ ଆଗକୁ ବଢାଉଥିଲା। ସୂଚନା ଅନୁଯାୟୀ, ଦୁଇଟି ବୁଡ଼ାଜାହାଜ ନିର୍ମାଣ ପରେ ଆଉ ୪ଟି ବୁଡ଼ାଜାହାଜ ନିର୍ମାଣ ହୋଇପାରେ। ଏହା ବ୍ୟତୀତ ଆଗାମୀ କିଛି ବର୍ଷ ମଧ୍ୟରେ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବ। ଅନେକ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ନୌସେନାରେ ଯୋଗଦେବାକୁ ଯାଉଛନ୍ତି। INS ବିଶାଖାପାଟନମ୍ ଚଳିତ ବର୍ଷ ଡିସେମ୍ବରରେ ଅନ୍ତର୍ଭୁକ୍ତ ହୋଇପାରେ।

Advertisement

Leave a Reply

Your email address will not be published. Required fields are marked *