Pratidin TV

Odisha's Digital News Platform

ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼; ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମିଲ୍‌ଟନ

1 min read

ଫ୍ଲୋରିଡାର ଉପକୂଳରେ ବୁଧବାର ସାମୁଦ୍ରିକ ଝଡ଼ ମିଲଟନ ସ୍ଥଳଭାଗ ଛୁଇଁବା ସହ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ନିୟୁତରୁ ଅଧିକ ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି। ମେକ୍ସିକୋ ଉପସାଗରର ଉଷୁମ ଜଳରୁ ଖୋରାକ ନେଇ ଏହି ଝଡ଼ ସାରସୋଟା ନିକଟରେ ମାଡ଼ କରିବା ପୂର୍ବରୁ କିଛି ସମୟ ପାଇଁ କ୍ୟାଟେଗୋରି-୫ ବାତ୍ୟାରେ ପରିଣତ ହୋଇଥିଲା। ଏହା ହେଉଛି ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହି ଅଞ୍ଚଳରେ ଆସିଥିବା ଦ୍ୱିତୀୟ ବଡ଼ ବାତ୍ୟା। ପ୍ରବଳ ବର୍ଷା ଓ ଝଡ଼ତୋଫାନ ଯୋଗୁଁ ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସାମୁଦ୍ରିକ ଝଡ଼ ମିଲଟନ ଯୋଗୁ ବଡ଼ଧରଣର ବିଦ୍ୟୁତ ବିଭ୍ରାଟ ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ମିଲଟନ ତାଣ୍ଡବ ଯୋଗୁ ୧0 ଜଣଙ୍କ ଜୀବନ ଯାଇଛି।

ଟାମ୍ପା ବେ ମେଟ୍ରୋପଲିଟାଣ୍ଟ ଅଞ୍ଚଳରେ ଯଦିଓ ବନ୍ୟା ହୋଇ ନାହିଁ। ତଥାପି ସେଠାରେ ୩୦ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ କାଟ ଯୋଗୁ ଅନ୍ଧାରରେ ରହିଛନ୍ତି। ଲୋକଙ୍କ ଜୀବନ ଯିବା ସହ ଅନେକ ଘରକୁ ଭାଙ୍ଗି ଦେଇଛି ମିଲଟନ। ପ୍ରାୟ ୧.୧ କୋଟି ଲୋକ ବନ୍ୟା ବିପଦ ମଧ୍ୟରେ ରହିଛନ୍ତି। ବାତ୍ୟାରେ ବହୁ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ଫ୍ଲୋରିଡାର ୩୩ ଲକ୍ଷରୁ ଅଧିକ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି। ବାତ୍ୟା ମିଲ୍‌ଟନ ନେଇ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ପ୍ରଭାବିତ ଅଞ୍ଚଳରେ ହଜାରରୁ ଅଧିକ କୋଷ୍ଟ ଗାର୍ଡଙ୍କ ସମେତ ଅନେକ ହଜାର ସଂଖ୍ୟାରେ ରେସ୍କ୍ୟୁ ଟିମ୍‌କୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜନ କରିଛନ୍ତି। ବାତ୍ୟା ମିଲ୍‌ଟନ ପ୍ରଭାବରେ ଫ୍ଲୋରିଡା, ନର୍ଥ କାରୋଲିନା, ଟେନେସି ରାଜ୍ୟର କେତେକ ସ୍ଥାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଛି।

Advertisement

Leave a Reply

Your email address will not be published. Required fields are marked *