Pratidin TV

Odisha's Digital News Platform

ଟେନିସକୁ ଅଲବିଦା କଲେ ରାଫେଲ୍ ନାଡାଲ୍; ଭିଡ଼ିଓ ଜରିଆରେ କଲେ ଅବସର ଘୋଷଣା

1 min read

ସ୍ପେନର ତାରକା ଖେଳାଳି ରାଫେଲ ନାଡାଲ ଟେନିସରୁ ଅବସର ଘୋଷଣା କରିଛନ୍ତି। ୨୨ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ରାଫେଲ ନାଡାଲ କହିଛନ୍ତି ଯେ ସେ ଆସନ୍ତା ମାସରେ ମାଲାଗାରେ ହେବାକୁ ଥିବା ଡେଭିସ୍ କପ୍ ଫାଇନାଲ ପରେ ଟେନିସରୁ ଅବସର ନେବେ। ୨୨ଥର ଗ୍ରାଣ୍ଡସ୍ଲାମ ବିଜେତା ନାଡାଲ ବେଶ ଭାବବିହ୍ୱଳ ହୋଇ ଗୋଟିଏ ଭିଡିଓ ଜାରି କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି |

ଚଳିତ ସିଜିନ୍ ତାଙ୍କର ଶେଷ ସିଜିନ୍ ହେବ । ନାଡାଲ କହିଛନ୍ତି ଯେ, ଚଳିତ ବର୍ଷ ହେବାକୁ ଥିବା ଡେଭିସ କପ୍ ଫାଇନାଲରେ ଖେଳିବେ । ଏହି ଟୁର୍ନାମେଣ୍ଟରେ ସେ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବେ । ଏଥର ଡେଭିସ କପ୍ ଫାଇନାଲ ସ୍ପେନର ମେଲାଗାରେ ହେବାକୁ ଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ନାଡାଲ ଏକ ପୋଷ୍ଟ ସେୟାର କରି ଅବସର ଘୋଷଣା କରିଛନ୍ତି । ଯେଉଁ ଖେଳ ଦ୍ୱାରା ସେ ନିଜର ପରିଚୟ ସୃଷ୍ଟି କରିଥିଲେ ଓ ସର୍ବକାଳୀନ ସମସ୍ତଙ୍କ ପସନ୍ଦର ଖେଳାଳି ହୋଇ ପାରିଥିଲେ ଏବେ ସେ ସେହି ଖେଳକୁ ଅବଲିବାଦ କହିବାକୁ ଯାଉଛନ୍ତି। ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଡାଭିସ କପ ହେବ ସ୍ପେନ ପାଇଁ ତାଙ୍କର ଶେଷ ଟେନିସ ଟୁର୍ଣ୍ଣାମେଣ୍ଟ। ଏହାପରେ ସେ ଆଉ ଦେଶ ପାଇଁ ଟେନିସ ଖେଳୁଥିବାର କେହି ଦେଖିବାକୁ ପାଇବେ ନାହିଁ।

୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି । ଭିଡିଓ ଜାରି କରି ନାଡାଲ କହିଛନ୍ତି, “ମୁଁ ପ୍ରଫେସନାଲ ଟେନିସରୁ ଅବସର ନେଉଛି। ବାସ୍ତବ କଥା ହେଲା, କିଛି ବର୍ଷ ମୋ ପାଇଁ ବେଶ କଷ୍ଟକର ରହିଛି। ବିଶେଷ କରି ଶେଷ ୨ ବର୍ଷ। ନିଶ୍ଚିତ ଭାବେ ଏହା ଏକ କଷ୍ଟକର ନିଷ୍ପତ୍ତି। ଏହାକୁ ସୁଧାରିବା ପାଇଁ ମୋତେ କିଛି ସମୟ ଲାଗିବ। କିନ୍ତୁ ଏଇ ଜୀବନରେ ସବୁ କିଛିର ଆରମ୍ଭ ଓ ଶେଷ ରହିଛି।”

ସ୍ପେନର ରାଫେଲ ନାଡାଲ ମହାନ ଟେନିସ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ରାଫେଲଙ୍କୁ ମାତ୍ର ୩ ବର୍ଷ ବୟସରେ ରାକେଟ୍ ଧରାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୮ ବର୍ଷ ବୟସରେ ସେ ଅଣ୍ଡର-୧୨ ବର୍ଗରେ ଟାଇଟଲ୍ ହାତେଇଥିଲେ। ୨୨ ଥର ଗ୍ରାଉଣ୍ଡ ସ୍ଲାମ ଜିତିଥିବା ଏହି ଷ୍ଟାର ଟେନିସ ଖେଳାଳି ଜଣଙ୍କ ରେକର୍ଡ ୧୪ ଥର ଫ୍ରେଞ୍ଚ ଓପନ ଜିତିଛନ୍ତି। ନାଡାଲଙ୍କ ନାଁରେ ମୋଟ ୯୨ ଏଟିପି ଟାଇଟଲ୍ସ ରହିଛି।

Leave a Reply

Your email address will not be published. Required fields are marked *