Pratidin TV

Odisha's Digital News Platform

ପୂଜାରେ ନାହିଁ ବର୍ଷା ଭୟ ଶୁଖିଲା ରହିବ ଦଶହରା, ଭିଜିପାରେ କୁମାରପୂର୍ଣ୍ଣିମା 

1 min read

ଆରମ୍ଭ ହୋଇଯାଇଛି ଦୁର୍ଗା ପୂଜା | ଆଉ ଏଥିପାଇଁ ଜମିଛି ଲୋକଙ୍କ ଭିଡ଼ | ଲୋକଙ୍କୁ ଘାରିଛି ବର୍ଷାର ଭୟ | ତେବେ ବର୍ତ୍ତମାନ ଏବେ ପୂଜାରେ ନାହିଁ ବର୍ଷାର ଭୟ | ଦଶହରାକୁ ପାଗ ଶୁଖିଲା ରହିବା ନେଇ ସମ୍ଭାବନା ରହିଛି | କାଁଭାଁ ହୋଇପାର ବର୍ଷା | ସହର ଶୁଖିଲା ରହିଥିବା ବେଳେ କୁମାର ପୂର୍ଣ୍ଣିମା ବେଳକୁ ରାଜ୍ୟରେ କାଚିବ ବର୍ଷା | ଏନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି |ଓଡ଼ିଶାରେ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ | ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି |

ତେବେ ୧୫ ତାରିଖରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ | ଗଞ୍ଜାମରୁ ପୁରୀ ପର୍ଯ୍ୟନ୍ତ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ମଧ୍ୟମ ଧାରଣର ବର୍ଷା ହେବାର ସମ୍ଭାବନା ରହିଛି | ଗୋଟିଏ, ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ୧୬ ରୁ ୧୮ ତାରିଖରେ ଦକ୍ଷିଣ ଅଭ୍ୟନ୍ତରଣୀୟ, ୧୭ ଓ ୧୮ ତାରିଖରେ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି | ଦକ୍ଷିଣ ଓଡ଼ିଶାରେ ଚାଷୀମାନେ ୧୩ ତାରିଖ ସୁଦ୍ଧା ଧାନ ଫସଲରେ ସାର ପ୍ରୟୋଗ କରନ୍ତୁ | ଆଳୁ ବିହନକୁ ଅକ୍ଟୋବର ତୃତୀୟ ସପ୍ତାହରେ ଲଗାନ୍ତୁ | ତେବେ ପାଣିପାଗ ଆକଳନ ଅନୁସାରେ ୧୧ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଗଞ୍ଜାମ , ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହେବା ନେଇ ଆଶା କରାଯାଇଛି | ତେବେ ୧୪ ତାରିଖ ଯାଏଁ ଏପରି ବର୍ଷା ହେବା ନେଇ ସମ୍ଭାବନା ରହିଛି | ତେବେ ୧୫ ତାରିଖରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ , ମାଲକାନଗିରି, କନ୍ଧମାଳ, ନବରଙ୍ଗପୁରରେ ବର୍ଷାର ସମ୍ଭାବନା ରହିଛି |

Advertisement

Leave a Reply

Your email address will not be published. Required fields are marked *