Pratidin TV

Odisha's Digital News Platform

ମାଉଣ୍ଟଆବୁରେ ପ୍ରତିଦିନ ସମ୍ପାଦକ ସୁଧୀର କୁମାର ପଣ୍ଡାଙ୍କୁ ‘ରାଷ୍ଟ୍ର ଚେତନା’ ସମ୍ମାନ ।

1 min read

ପଞ୍ଜାବ ; ମାଉଣ୍ଟଆବୁରେ ପ୍ରଜାପତି ବ୍ରହ୍ମକୁମାରୀ ଐଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଗ୍ଲୋବାଲ ସମ୍ମିଟ୍ ରେ ପ୍ରତିଦିନ ସମ୍ପାଦକ ସୁଧୀର କୁମାର ପଣ୍ଡାଙ୍କୁ ‘ରାଷ୍ଟ୍ର ଚେତନା’ ସମ୍ମାନ ପ୍ରଦାନ କରାଯାଇଛି । ରାଜସ୍ଥାନରେ ୪ ଦିନ ଧରି ଅନୁଷ୍ଠିତ ହୋଇଛି ଏହି ଧାର୍ମିକ ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ କର୍ଣ୍ଣାଟକର ରାଜ୍ୟପାଳ ତନୱର ଚାନ୍ଦ ଗେହଲତ ।

ପ୍ରଜାପିତା ବ୍ରହ୍ମାକୁମାରୀ ଐଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ୧୩୭ଟି ରାଷ୍ଟ୍ରରେ ଶାଖା ରହିଛି। ୫ ହଜାରରୁ ଅôଧକ ବ୍ୟକ୍ତି ଯୋଗ ଦେଇଥିଲେ । ସମ୍ମିଳନୀରେ ‘ପ୍ରତିଦିନ ସଂପାଦକ ସୁଧୀର କୁମାର ପଣ୍ଡାଙ୍କୁ ଐଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ କର୍ଣ୍ଣାଟକ ରାଜ୍ୟପାଳଙ୍କ ଦ୍ୱାରା ମର୍ଯ୍ୟାଦାଜନକ “ରାଷ୍ଟ୍ର ଚେତନା” ପୁରସ୍କାରରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭା ଦିଦି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ରାଜଯୋଗୀ ବ୍ରହ୍ମାକୁମାରୀ ବ୍ରିକ୍ ମୋହନ ଭାଇ ଅନୁଷ୍ଠାନ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

Advertisement

କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସୁନୀଲ କୁମାର ବର୍ଣ୍ଣୱାଇ, କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜଭୂଷଣ ଚୌଧୁରୀ, ଗ୍ରୀନ୍ ଟି ଫାଉଣ୍ଡେସନର ପ୍ରତିଷ୍ଠାତା ରାଜେନ୍ଦ୍ର ଶିବେ, “ପ୍ରତିଦିନ ଖବରକାଗଜ ଓ ଟିଭିର ସଂପାଦକ ସୁଧୀର କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ଵ ଏବେ ଯୁଦ୍ଧ ସ୍ଥିତିରେ ଜଲବଲ ହେଉଥିବାବେଳେ ବିରକି ବିଶ୍ୱ ଶାସ୍ତ୍ର ପ୍ରତିଷ୍ଠା କରାଯାଇପାରିବ ଏନେଇ ଅତିଅମାନେ ସେମାନଙ୍କ ମତ ରଖିôଥଲେ।

Leave a Reply

Your email address will not be published. Required fields are marked *