Pratidin TV

Odisha's Digital News Platform

ରତନ ଟାଟାଙ୍କ ବିୟୋଗରେ ଶୁଖୁନାହିଁ ଧର୍ମେନ୍ଦ୍ରଙ୍କ ଆଖିଲୁହ , କହିଲେ ଅଧା ରହିଗଲା ସବୁ ଆଶା ..

1 min read

 ଆଉ ନାହାନ୍ତି ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା । ତାଙ୍କର ବିୟୋଗରେ ଦେଶ ହରାଇଛି ଅମୂଲ୍ୟ ରତ୍ନ । ଦେଶବାସୀଙ୍କ ସୁବିଧା ଅସୁବିଧାରେ ସବୁବେଳେ ନିଜର ବଦାନ୍ୟତା ଦେଖାଇଆସିଥିବା ରତନ ଟାଟା ସମସ୍ତଙ୍କୁ ଅଲବିଦା କହିଛନ୍ତି । ରତନ ଟାଟାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ପାର୍ସି ରୀତିନୀତି ଅନୁସାରେ ମୁମ୍ବାଇ ସ୍ଥିର ୱର୍ଲି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାପୂର୍ବରୁ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

 ସମସ୍ତଙ୍କ ପାଇଁ ରତନ ଟାଟା ଥିଲେ ପ୍ରେରଣାର ଉତ୍ସ। ବଲିଉଡର ଅନେକ ଷ୍ଟାର ରତନ ଟାଟାଙ୍କ ପରଲୋକର ଭାବବିହ୍ୱୋଳପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏ ମଧ୍ୟରେ ବଲିଉଡ୍  ର  ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ତାଙ୍କର ମୃତ୍ୟୁରେ ଖୁବ୍ ଦୁଃଖିତ ହୋଇଛନ୍ତି। ସେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ତାଙ୍କର ମୃତ୍ୟୁ ସହ ଅଭିନେତାଙ୍କର ଏକ ବଡ଼ ଆଶା ଅଧୁରା ରହିଗଲା।

Advertisement

ଅଭିନେତା ଧର୍ମେନ୍ଦ୍ର ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ରତନ ଟାଟାଙ୍କ ଏକ ଫଟୋ ସେୟାର କରି ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ର ଲେଖିଛନ୍ତି , ରତନ ଟାଟା ସାହେବ , ଆପଣଙ୍କ ସହ ଭଟିବାର ଆଶା ଅଧୁରା ରହିଗଲା। ଜଣେ ବିନମ୍ର ରାଜା , ଯିଏ ନିଜ କର୍ମଚାରୀଙ୍କୁ ନିଜ ପିଲାଭଳି ଦେଖାଶୁଣା କରୁଥିଲେ। ସାର୍, ଆପଣଙ୍କୁ ସବୁବେଳେ ବଡ଼ ଶ୍ରଦ୍ଧା ଓ ସମ୍ମାନର ସହ ଆମ ମାନଙ୍କ ହୁଦୟରେ ରହିବେ । ଧର୍ମେନ୍ଦ୍ରଙ୍କର ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଏହା ଉପରେ କମେଣ୍ଟ କରି ୟୁଜର ମାନେ ମଧ୍ୟ ରତନ ଟାଟାଙ୍କୁ ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଧର୍ମେନ୍ଦ୍ରଙ୍କ ବ୍ୟତୀତ ଅନୁପମ ଖେର, ଅମିତାଭ ବଚ୍ଚନ , ରିତେଶ ଦେଶମୁଖଙ୍କ ସହ ଅନେକ ଷ୍ଟାରମାନେ ସୋସିଆଲ ମିଡ଼ିଆରେ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *