Pratidin TV

Odisha's Digital News Platform

ୱାନ ୱେ ପାଇଁ ଗଲା ଦୁଇ ଜୀବନ , ବାଇକ ଉପରେ ଚଢିଗଲା ଟ୍ରକ୍ …

1 min read

ଭଦ୍ରକ ; ୱାନ ୱେ ପାଇଁ ଗଲା ଦୁଇ ଜୀବନ । ରାଜପଥରେ ଟ୍ରକ ସହ ବାଇକ ମୁହାଁ ମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା । ରାଜପଥ ଅବରୋଧ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପୁର ଛକ ନିକଟ ରେ ଏହି ଦୁର୍ଘଟଣା ଘଟିଛି । ରାଜପଥ ରେ ରାସ୍ତା ମରାମତି ପାଇଁ ୱାନ ୱେ କରାଯାଇଅଛି ।

ତେବେ ଦୁଇ ଜଣ ଯୁବକ ଭଦ୍ରକ ଆଡ଼କୁ ଆସୁଥିବା ବେଳେ ଭଦ୍ରକ ବିଷ୍ଣୁପୁର ଛକ ନିକଟରେ ମୋଟର ସାଇକେଲକୁ ସମ୍ନାରୁ ଏକ ସ୍କାର୍ପ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ର ମୃତ୍ୟୁ ହୋଇଛି ।

Advertisement

ମୃତକ ଦୁଇ ଜଣ ଧାମନଗର ଥାନା ଅଧୀନ ତାଳପଦା ଗାଁର ଦୀପ୍ତି ରଞ୍ଜନ ଓ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରଙ୍ଗରାଜପୁର ଅଞ୍ଚଳର ପ୍ରଶାନ୍ତ ସ୍ୱାଇଁ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ପ୍ରତିବାଦ ରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

Leave a Reply

Your email address will not be published. Required fields are marked *