Pratidin TV

Odisha's Digital News Platform

ହାର୍ଦ୍ଦିକଙ୍କ ସହ ହୋଟେଲ୍ ରେ ନଜର ଆସିଲେ ମିଷ୍ଟ୍ରି ଗର୍ଲ ,ଫଟୋ ଦେଖି ଉଡ଼ିଗଲା ପ୍ରଶଂସକ ଙ୍କ ହୋସ …

1 min read

ଭାରତୀୟ କ୍ରିକେଟ୍ ଷ୍ଟାର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ ବିବାହ ବିଚ୍ଛେଦ ହୋଇଛି। ଜୁଲାଇ ୧୮ରେ ଦୁହେଁ ଏକ ବିବୃତ୍ତି ଦେଇଥିଲେ ଏବଂ ଛାଡପତ୍ର ଖବରରେ ପୂର୍ଣ୍ଣଚ୍ଛେଦ ପକେଇଥିଲେ। ଯଦିଓ ହାର୍ଦ୍ଦିକ ଏବଂ ନତାଶାଙ୍କ ମଧ୍ୟରେ କ’ଣ ଘଟିଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ନିକଟରେ ନତାଶାଙ୍କ ପ୍ରତାରଣା ପୋଷ୍ଟକୁ ପସନ୍ଦ କରିବା ପରେ କ୍ରିକେଟର ତାଙ୍କୁ ପ୍ରତାରଣା କରିଥିବାର ଗୁଜବ ପ୍ରଚାରିତ ହୋଇଥିଲା। ଏହି ଖବର ପରେ ଅର୍ଥାତ୍ ଛାଡପତ୍ର ପରେ, ହୋଟେଲ ଭିତରେ  ମିଷ୍ଟ୍ରି ଗର୍ଲ ଙ୍କ ସହ ନଜର ଆସଲେ ହାର୍ଦ୍ଦିକ ପାଣ୍ଡ୍ୟା  । ତେବେ ସୋସିଆଲ ମିଡିଆରେ ଏହି ଫଟୋ ସାମ୍ନାକୁ ଆସିବା ପରେ ଏବେ  ମିଷ୍ଟ୍ରି ଗର୍ଲ ଙ୍କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ମିଷ୍ଟ୍ରି ଗର୍ଲ ହେଉଛନ୍ତି  ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଙ୍କ  ଭଉଣୀ କୋମଲ ଶର୍ମା ।

ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଭାଇ ଅଭିଷେକଙ୍କ ସହ ପ୍ରାୟତଃ ଫଟୋ ସେୟାର କରନ୍ତି। ଏବେ କୋମଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କାହିଁକି ନା କୋମଲ ହାର୍ଦ୍ଦିକଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯାହା ଖୁବ୍ ବାଇରାଲ ହେବାରେ ଲାଗିଛି । କୋମଲ ଇନଷ୍ଟାରେ ହାର୍ଦ୍ଦିକଙ୍କ ସହ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ମୁଁ ମୋ ଅଲ ଟାଇମ୍ ଫେଭରେଟ ବ୍ୟକ୍ତିଙ୍କ ସହ ଅଛି । ଫାଇନାଲି କିଏ ଜଣେ ମିଳିଲା ,, ଯାହା ସହ ମୋ ଏନର୍ଜି ମ୍ୟାଚ୍ ହେଉଛି । କୋମଲଙ୍କ ଏହି ଫଟୋ ଦିଲ୍ଲୀର ଆଇଟିସି ହୋଟେଲ୍ରୁ ଆସିଛି । ହାର୍ଦ୍ଦିକ ବାଂଲାଦେଶର ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍  ର  ଦ୍ଵିତୀୟ ସିରିଜ ଖେଳିବାକୁ ଦିଲ୍ଲୀ ଯାଇଛନ୍ତି। ଯେଉଁଠାରେ ହାର୍ଦ୍ଦିକଙ୍କର କୋମଲଙ୍କ ସହ ଦେଖାହୋଇଥିଲେ। କୋମଲ ଶର୍ମା ଆଇପିଏଲରେ ଭାଇ ଅଭିଷେକ ଶର୍ମାଙ୍କ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ରେ  ନଜର ଆସନ୍ତି। କୋମଲ ଶର୍ମା ସୋସିଆଲ ମିଡିଆରେ ଶୁବମନଙ୍କ ସହ ଫଟୋ ସେୟାର କରନ୍ତି। ଏହି ଫଟୋ ଆଇପିଏଲ ମ୍ୟାଚ୍ ସମୟରେ ନିଆଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *