Pratidin TV

Odisha's Digital News Platform

ହାଇ ବିପି ଥିଲେ ଭୁଲରେ ଖାଆନ୍ତୁନି ଏହି ୪ ଜିନିଷ ।

1 min read

ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ଏକ ବଡ଼ ସମସ୍ୟା ଯାହା ଧୀରେ ଧୀରେ ମଣିଷକୁ ନିଜର ବସରେ କରିନେଇଥାଏ । ଏହାର କୌଣସି ବିଶେଷ ଲକ୍ଷଣ ଦେଖିବାକୁ ମିଳେନାହିଁ । ବହୁତ ସମୟରେ ହାର୍ଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଏହି ଉଚ୍ଚ ରକ୍ତଚାପ କାରଣରୁ ସୃଷ୍ଟି ହୋଇଥାଏ । ଆଉ ଆମ ଦୈନନ୍ଦିନ ଜୀବନର କିଛି ଏମିତି ଜିନିଷ ଅଛି ଯାହା ହାଇ ବିପିର ମୁଖ୍ୟ କାରଣ ସାଜିଥାଏ । ଆମ ଖାଦ୍ୟ ପାନୀୟ , ଜୀଭନ ଶୈଳି ଆଉ ଏପରି ଅନେକ ଅଭ୍ୟାସ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ ।

୧- ଚିପ୍ସ- ବଜାରରେ ମିଳୁଥିବା ଚିପ୍ସ ଆଦି ଖାଆନ୍ତୁ ନାହିଁ । କାରଣ ଏଥିରେ ଅଧିକ ପରିମାଣର ଲୁଣ ଥାଏ । ଯାହା ରକ୍ତଚାପ ବଢାଇବାର ଏକ ମୁଖ୍ୟ କାରଣ ।
୨- ଟମାଟୋ ସସ୍ ବା ଫୃଟ ଜାମ- ଯଦି ଆପଣ ଟମାଟୋ ସସ୍ ବା ଫୃଟ ଜାମ ର ବ୍ୟବହାର ନିଜର ଖାଦ୍ୟରେ କରୁଛନ୍ତି ତେବେ ଏହାକୁ ଆଜିଠାରୁ ଖାଇବା ବନ୍ଦ କରିଦିଅନ୍ତୁ । ଏହାର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ବଢିବାର ସମ୍ଭାବନା ରହିଛି । ଯଦି ଆପଣଙ୍କ ଖାଦ୍ୟରେ ଭିଟାମିନ ଡି ର ଅଭାବ ରହିଥାଏ ତେବେ ମଧ୍ୟ ରକ୍ତଚାପ ବୃଦ୍ଧି ହୋଇପାରେ ।
୩- ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମାନଙ୍କୁ କଫି ପିଇବା ଉଚିତ ହୋଇନଥାଏ । କାରଣ ଏହି ବ୍ୟକ୍ତି ମାନଙ୍କୁ କଫିନ ଖାଇବା ପୁରାପୁରି ମନା ଏବଂ କଫି ରେ ଏହା ଭରପୁର ମାତ୍ରାରେ ରହିଥାଏ ତେଣୁ ଆପଣ କଫି ଠାରୁ ଦୂରେଇ ରହିବା ଉଚିତ ।
୪- ଯଦି ଆପଣ ମଦ୍ୟପାନ, ଧୁମ୍ରପାନ ଇତ୍ୟାଦି କରୁଛନ୍ତି ତେବେ ଏହାକୁ ଆଜିଠାରୁ ହିଁ ଛାଡ଼ିଦିଅନ୍ତୁ । ଏହା ରକ୍ତଚାପ ର ସମସ୍ୟାକୁ ବୃଦ୍ଧି କରିଥାଏ । ତେଣୁ ଏହା ଠାରୁ ଦୂରେଇ ରହିବା ଆବଶ୍ୟକ । ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏବଂ ଅସ୍ଥାୟୀ ଭାବରେ ରକ୍ତଚାପ କୁ ବୃଦ୍ଧି କରାଇଥାଏ ।

Advertisement

Leave a Reply

Your email address will not be published. Required fields are marked *