Pratidin TV

Odisha's Digital News Platform

ଗଧ ପାଇଁ ଅଡୁଆରେ  ଭାଇଜାନ , ଆସିଲା ଲିଗାଲ ନୋଟିସ ..

1 min read

ଗଧ ପାଇଁ ଅଡୁଆରେ ପଡିଛନ୍ତି ଭାଇଜାନ । ଯେଉଁଥିପାଇଁ ତାଙ୍କୁ ପ୍ୟୁପିଲ ଫର ଦି ଇଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ପକ୍ଷରୁ  ଲିଗାଲ ନୋଟିସ୍ ପଠାଇଛି।

 ବିଗବସ୍-୧୮ର ଗ୍ରାଣ୍ଡ ପ୍ରିମିୟର ଅକ୍ଟୋବର ୬ ତାରିଖରେ ଆରମ୍ଭ  ହୋଇଛି। ଏଥର ବି ସଲମାନ ଖାନ ଏହି ସୋ କୁ ହୋଷ୍ଟ କରୁଛନ୍ତି। ଏଥର ସୋରେ ୧୮ କଣ୍ଟେଷ୍ଟାଣ୍ଟଙ୍କୁ ସାମିଲ କରାଯାଇଛି। ତେବେ ସବୁଠୁ ମଜା କଥା ଯାହା ତାହା ହେଉଛି ଏଥର ସୋ ରେ ଏକ ଗଧକୁ ବି ସାମିଲ କରାଯାଇଛି। ଯେଉଁଥି ପାଇଁ ଏବେ ଅଡୁଆ ଦେଖାଦେଇଛି  । କୁହାଯାଉଛି ପ୍ୟୁପିଲ ଫର ଦି ଇଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ (ପେଟା) ସୋ ମେକରଙ୍କୁ ଲିଗାଲ ନୋଟିସ୍ ପଠାଇଛି।

Advertisement

ଉଲ୍ଲେଖଯୋଗ୍ୟ ଯେ ସୋ ଆରମ୍ଭରେ ଗଧକୁ  ‘ଗଧରାଜ’ ଭାବେ ଇଣ୍ଟରଡକ୍ସନ କରାଯାଇଛି। ଯାହାକୁ ନେଇ ପେଟା ଆପତ୍ତି କରିଛି ସାଙ୍ଗକୁ କାର୍ଯ୍ୟକ୍ରମରୁ ଗଧକୁ ହଟାଇବାକୁ ବି ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *