Pratidin TV

Odisha's Digital News Platform

ମାନବ ରୋବଟ୍ ଲଞ୍ଚ୍ କଲେ ଏଲନ ମସ୍କ , ଜାଣନ୍ତୁ ଏହାର ବିଶେଷ୍ୟତ୍ୱ ..

1 min read

ପୁଣି ଏକ ନୂଆ ଆବିଷ୍କାର କଲେ ଟେସ୍ଲା ସିଇଓ ଏଲନ ମସ୍କ । ଲଞ୍ଚ୍ କଲେ ମାନବ ରୋବଟ୍ । ସର୍ବଦା ନୂଆ ନୂଆ ଟେକ୍ନୋଲୋଜି ଉପରେ ଗବେଷଣା ତଥା କାମ କରୁଥିବା ଟେସ୍ଲା ଏବେ ପୁଣି ଏକ ନୂଆ ଆବିଷ୍କାର କରିଛି। ଟେସ୍ଲା ସିଇଓ ଏଲନ ମସ୍କ କମ୍ପାନୀର ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ କରିଛନ୍ତି। କମ୍ପାନୀ ପକ୍ଷରୁ Robovan ଗାଡ଼ି ବ୍ୟତୀତ Optimus ମାନବ ରୋବଟ୍ ମଧ୍ୟ ଲଞ୍ଚ୍ କରାଯାଇଛି। ଏହି ରୋବଟ୍ ଦୈନନ୍ଦିନ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।

ମସ୍କ କହିଛନ୍ତି, ଟେସ୍ଲା ଫକ୍ଷରୁ ରୋବଟ୍ର ମୂଲ୍ୟ ୨୦ ହଜାର ଡଲାରରୁ ୩୦ ହଜାର ଡଲାର ମଧ୍ୟରେ ରଖାଯାଇଛି। ରୋବଟ୍ର ବିଶେଷତ୍ବ ବର୍ଣ୍ଣନା କରି ମସ୍କ କହିଛନ୍ତି ଯେ, ଏହା ଆପଣଙ୍କ ସହ ଚାଲିପାରିବ ଏବଂ ଏହା ଦ୍ଵାରା ଆପଣ ଯେକୌଣସି କାର୍ଯ୍ୟ କରାଇ ପାରିବେ। ଭିଡିଓରେ କୁହାଯାଇଛି ଯେ, ଏହା ଦ୍ଵାରା ସମସ୍ତ ଘରୋଇ କାମ କରାଯାଇପାରିବ। ଛୋଟ ଛୋଟ କାମ ବ୍ୟତୀତ ଏହି ରୋବଟ୍ ସମସ୍ତ ପ୍ରକାରର କାର୍ଯ୍ୟ କରୁଛି। ଏହା କପ୍ ଉଠାଇବାଠାରୁ ଆରମ୍ଭ କରି ଛୋଟ ଉପହାର ବ୍ୟାଗ ମଧ୍ୟ ସମ୍ଭାଳି ପାରୁଛି। ଏକ Optimus ରୋବୋଟ୍ ଲୋକଙ୍କ ସହ ଗେମ୍ ଖେଳୁଥିବା ଦେଖିବାକୁ ମିିଳିଛି। ଅନ୍ୟ ରୋବଟ୍ଗୁଡ଼ିକ ବିଷୟରେ କହିବାକୁ ଗଲେ, ଏହା ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଲନ୍ ମସ୍କ ରୋବଟ୍କୁ ପ୍ରଶଂସା କରି କହିଛନ୍ତି, ଏହା ଏପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ଉତ୍ପାଦ।

Advertisement

Leave a Reply

Your email address will not be published. Required fields are marked *