Pratidin TV

Odisha's Digital News Platform

ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ,ହୁତୁହୁତୁ ହୋଇ ଜଳିଗଲା ୨ଟି ବଗି; ୧୯ ଜଣ ଆହତ

1 min read

ପୁଣି ଆଉ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି । ପରସ୍ପର ମଧ୍ୟରେ ଧକ୍କା ଫଳରେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଦୁଇଟି ବଗି ସଂପୂର୍ଣ୍ଣ ଜଳିଯାଇଛି ।

ଚେନ୍ନାଇରେ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ଥିରୁଭାଲୁର ଜିଲ୍ଲା କବରପେଟ୍ଟାଇ ଷ୍ଟେସନ ନିକଟରେ ମହୀଶୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ଟ୍ରେନର ୬ଟି ବଗି ଲାଇନଚ୍ଯୁତ ହୋଇଯାଇଥିବାବେଳେ ୨ଟି ବଗିରେ ନିଆଁ ଲାଗିଯାଇଛି । ଅନେକ ଯାତ୍ରୀ ଆହତ ହୋଇଥିବାବେଳେ କେହି ମୃତାହତ ହୋଇନଥିବା ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ସମୟରେ ଏକ୍ସପ୍ରେସ୍ ଟ୍ରେନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ଥିଲା। ମାଲବାହୀ ଗାଡି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନରେ ପଶି ଏହା ଧକ୍କା ଦେଇଥିବା ରେଲୱେ ପକ୍ଷରୁ କୁହାଯାଇଛି।

Advertisement

ଗତକାଲି ଟ୍ରେନଟି ମହୀଶୁରରୁ ବିହାର ଦରଭଙ୍ଗାକୁ ଯାତ୍ରା କରୁଥିଲା । ରାତି ସାଢେ ୮ଟାରେ କବରପେଟ୍ଟାଇ ଷ୍ଟେସନ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା । ଫଳରେ ୧୨ଟି ବଗି ଲାଇନଚ୍ଯୁତ ହେବା ସହ ୨ଟି ବଗିରେ ନିଆଁ ଲାଗିଯାଇଥିଲା । ଏକ୍ସପ୍ରେସ ଟ୍ରେନର ପାର୍ସଲ ଭ୍ୟାନ ମଧ୍ୟ ଜଳି ଯାଇଛି। ଦୁର୍ଘଟଣାରେ କିଛିଲୋକ ଆହତ ହୋଇଥିବାବେଳେ ସୌଭାଗ୍ଯବଶତଃ କେହି ମୃତାହତ ହୋଇନାହାନ୍ତି । ଅଗ୍ନିଶମ ବାହିନୀ ଓ ରେସ୍କ୍ଯୁ ଟିମ୍ ଉଦ୍ଧାର କାର୍ଯ୍ଯ କରୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କବରପେଟ୍ଟାଇ ଷ୍ଟେସନରୁ ଯାତ୍ରୀବାହୀ ଟ୍ରେନଟି ବାହାରିଥିବା ବେଳେ କିଛି ସମୟ ପରେ ଟ୍ରାକରେ ସମସ୍ୟର ସମ୍ମୁଖୀନ ହୋଇଥିଲା । ଫଳରେ ଏହା ଲୁପ ଲାଇନରେ ପଶିଯାଇଥିଲା । ସେଠାରେ ପୂର୍ବରୁ ଗୋଟିଏ ମାଲବାହୀ ଟ୍ରେନ୍ ଛିଡା ହୋଇଥିବା ବେଳେ ଏହାକୁ ଏକ୍ସପ୍ରେସ୍ ଟ୍ରେନ୍ ଜୋର ଧକ୍କା ହୋଇଥିଲା । ଫଳରେ ଏହାର ୨ରୁ ୩ଟି ବଗି ଜଳିଯାଇଛି ।

ସେପଟେ ଦୁର୍ଘଟଣା ଯୋଗୁ ଏହି ରୁଟ୍‌ ଦେଇ ଯାଉଥିବା ୨ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ୮ଟି ଟ୍ରେନ୍‌ର ରୁଟ୍‌ ବଦଳାଇ ଦିଆଯାଇଛି। ଟ୍ରାକ୍‌ ଉପରୁ ଦୁର୍ଘଟଣାଗ୍ରସ୍ତ କୋଚ୍‌ଗୁଡିକୁ ହଟାଇବା ସହ ମରାମତି କାମ ଚାଲିଛି।

Leave a Reply

Your email address will not be published. Required fields are marked *