Pratidin TV

Odisha's Digital News Platform

ହାତ କଟି ୨ ଗଡ ହୋଇଯାଇଥିଲା , ଆଉ ସେହି ଖଣ୍ଡ ହାତକୁ ଯୋଡିଦେଲେ ଡାକ୍ତର ବାବୁ ।

1 min read

ସତରେ ଡାକ୍ତର ନୁହଁ ସେ ଭଗବାନ । କଟାହାତ ଯୋଡି ରୋଗୀକୁ ନୂଆ ଜୀବନ ଦାନ ଦେଲେ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ବିଭୂତି ନାୟକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସିଲଭର ସିଟି କଟକରୁ । ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ଦି’ଗଡ଼ ହୋଇଯାଇଥିବା ହାତକୁ ଯୋଡ଼ିଦେଲେ ଡାକ୍ତର । ଆଉ ଅସ୍ତ୍ରୋପଚାରର ୨ ସପ୍ତାହ ପରେ ଏବେ ସକ୍ରିୟ ହୋଇଛି ପାପୁଲି। ମିଳିଥିବା ସୂଚନା ଅନୁଯାୟୀ, ଆହତ ହୋଇଥିବା ଯୁବକ ହେଉଛନ୍ତି, କ୍ରାନ୍ତିକୁମାର ପଲେୟା।

ତେବେ କ୍ରାନ୍ତିକୁମାର ଏକ ମେସିନରେ କାମ କରୁଥିବାବେଳେ ତାଙ୍କ ହାତଟି ମେସିନ୍‌ରେ ପଶି ୨ ଗଡ ହୋଇଯାଇଥିଲା । ଆଉ ସେହି କଟାହାତକୁ ଧରି ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ବିଭୁତି ନାୟକଙ୍କ ପାଖକୁ ଆସିଥିଲେ କ୍ରାନ୍ତିକୁମାର। ଏହାପରେ ପ୍ଲାଷ୍ଟିକ ସର୍ଜନ ଏବଂ ଅର୍ଥୋପେଡିକ୍ ଡାକ୍ତରଙ୍କ ୪ ଜଣିଆ ଟିମର ୭ ଘଣ୍ଟାର ପରିଶ୍ରମ ପରେ କଟାହାତକୁ ଯୋଡ଼ାଯାଇଛି।

Advertisement

ଏଭଳି ସଫଳତା ପଛରେ ଡାକ୍ତର ବାବୁ କହିଛନ୍ତି ଯେ ଅଘଟଣର ୨ ଘଣ୍ଟା ଭିତରେ କ୍ରାନ୍ତିକୁମାର ମେଡ଼ିକାଲ୍ ପହଞ୍ଚିଥିବାରୁ ଅପରେସନ୍ ସଫଳ ହୋଇପାରିଛି। ଆଗକୁ କ୍ରାନ୍ତିକୁମାରଙ୍କ ହାତ ସ୍ୱାଭାବିକ ଭାବେ କାମ କରିବ।

Leave a Reply

Your email address will not be published. Required fields are marked *