Pratidin TV

Odisha's Digital News Platform

ଆର୍. ମାଧବନ୍ ଙ୍କ ନାୟିକା ସାଜିବେ ଫାତିମା , କରିବେ ଅନସ୍କ୍ରିନ ରୋମାନ୍ସ …

1 min read

ଖୁବଶୀଘ୍ର ଏକାଠି ନଜର ଆସିବେ ଆର୍‌.ମାଧବନ୍‌ ଏବଂ ଫାତିମା ସାନା ଶେଖ। ଫାତିମାଙ୍କ ସହ ରୋମାନ୍ସ  କରିବେ ଆର୍‌. ମାଧବନ୍‌  । ଧର୍ମାଟିକ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବେ ଦର୍ଶକ । ବିବେକ ସୋନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୟସ ବ୍ୟବଧାନରେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ।

ରୋମାଣ୍ଟିକ-କମେଡିରେ ଭରପୁର ଏହି ଫିଲ୍ମ ଚଳିତ ମାସ ଶେଷ ସୁଦ୍ଧା ରିଲିଜ୍‌ ହୋଇପାରେ। ଦୁହେଁ ପୂର୍ବରୁ କେବେ ଏକାଠି କାମ କରି ନ ଥିବା ବେଳେ ଦର୍ଶକଙ୍କୁ ପରଦାରେ ଏହି ନୂଆ ଯୋଡ଼ି ପସନ୍ଦ ଆସିବ ବୋଲି ଆଶା କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *