Pratidin TV

Odisha's Digital News Platform

ମା’ଙ୍କ ପୂଜା ବେଳେ କାହିଁକି ରାଗିଗଲେ କାଜୋଲ ? ଭାଇରଲ ହେବାରେ ଲାଗିଛି ଭିଡିଓ …

1 min read

ଏବେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଚାରିଆଡେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା ।  ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବକୁ ଧୂମଧାମ ରେ  ପାଳନ କରିଥାନ୍ତି  |  ତେବେ ପ୍ରତିବର୍ଷ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ, କାଜୋଲଙ୍କ ଭଳି କଳାକାର ପ୍ରତିବର୍ଷ ପୂଜା ପେଣ୍ଡାଲକୁ ଯାଇ ମାଙ୍କ ପୁଜାର୍ଚ୍ଚନା କରୁଥିବାର ଦେଖାଯାଏ |

ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କାଜୋଲ ଏବଂ ରାଣୀ ମୁଖାର୍ଜୀଙ୍କ ପରିବାର ମୁମ୍ବାଇରେ ଦୁର୍ଗା ପୂଜାର ଆୟୋଜନ କରିଛନ୍ତି । ବହୁ ବଲିଉଡ ସେଲିବ୍ରିଟିମାନେ ମାଙ୍କ ଦର୍ଶନ ପାଇଁ ଏହି ପେଣ୍ଡାଲକୁ ଆସୁଥିବାର ଭିଡିଓ ଭାଇରାଲ ହେଉଛି | ରଣବୀର କପୁର, ଜୟା ବଚ୍ଚନଙ୍କଠାରୁ ଆରମ୍ଭ କରି ସୁମୋନା ଚକ୍ରବର୍ତ୍ତୀ, ବତ୍ସଲ ସେଠ ଏବଂ ଇଶିତା ଦତ୍ତା ଦର୍ଶନ ପାଇଁ ଆସିଥିବାର ଭିଡିଓ ଭାଇରାଲ ହୋଇସାରିଛି ।  ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି କାଜୋଲ ଙ୍କର ଏପରି ଏକ ଭିଡିଓ ଯାହାକୁ ଦେଖି କେହିବି ବିଶ୍ୱାସ କରି ପାରୁନାହାନ୍ତି | ଭିଡିଓ ରେ ଦେଖିବାକୁ ମିଳିଛି ସମସ୍ତଙ୍କ ସାମ୍ନାରେ  କାଜୋଲ ରାଗରେ ପାଟି କରୁଛନ୍ତି |  କାଜୋଲଙ୍କ ଏଭଳି ଅବତାର ଦେଖି ଲୋକେ ତାଜୁବ ହୋଇଯାଇଛନ୍ତି  | 

Advertisement

ସୂଚନା ମୁତାବକ, ପୂଜା ପେଣ୍ଡାଲକୁ କିଛି ଲୋକ ଚପଲ ପିନ୍ଧି ଆସୁଥିବା ଦେଖି ରାଗିଯାଇଥିଲେ କାଜୋଲ | ଏହା ପରେ ମାଇକ ଧରି ସେ ଚପଲ ପିନ୍ଧିଥିବା ଲୋକଙ୍କୁ ପେଣ୍ଡାଲ ବାହାରକୁ ଯିବାକୁ କହିଥିଲେ | ତାଙ୍କର ଏହି ଭିଡିଓ ଦେଖି ଏବେ ଲୋକେ ତାଙ୍କୁ ଏବେ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି |

Leave a Reply

Your email address will not be published. Required fields are marked *