Pratidin TV

Odisha's Digital News Platform

ଖାଉଟିଙ୍କୁ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ , ଖୁବଶୀଘ୍ର କମିବ ପିଆଜ ଦର !

1 min read

କେବେ ପିଆଜ ଦର ଉପରେ ଲାଗିବ ଲଗାମ ? ସେଇ ଚିନ୍ତାରେ ଏବେ ଖାଉଟି । କାରଣ ଦୈନିକ ଯେମିତି ପିଆଜ ଦର ବଢି ଚାଲିଛି ତାହା ସାଧାରଣ ଖାଉଟିଙ୍କୁ କଲବଲ କଲାଣି । ତେବେ ଏହାରି ମଧ୍ୟରେ ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି ପ୍ରତିକ୍ରିୟା ।

 ସେ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଫସଲହାନି ଘଟିଛି।  ଫଳରେ ବଜାରକୁ କମ୍ ପିଆଜ ଆସୁଛି ।  ସାରା ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।  ତେବେ ଏହି ଅବସ୍ଥା କମ ଦିନ ରହିବ ବୋଲି ସେ କହିଛନ୍ତି ।  ସଙ୍କଟର ସମାଧାନ ପାଇଁ ସରକାର ଏବେ ଆଳୁ ମିଶନ, ପିଆଜ ମିଶନ ଭଳି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

Advertisement

 ଆଉ ବେଶୀ ଦିନ ପିଆଜ ଦର ଅଧିକ ରହିବ ନାହିଁ। ଅଳ୍ପଦିନ ଭିତରେ ଦର କମିବ ଓ ଖାଉଟି ଆଶ୍ବସ୍ତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Leave a Reply

Your email address will not be published. Required fields are marked *