Pratidin TV

Odisha's Digital News Platform

(ଭିଡିଓ)ଋାଜଧାନୀ ରାଜରାସ୍ତାରେ ଅସୁରକ୍ଷିତ ପୋଲିସ ; ମାରଣାସ୍ତ୍ର ଧରି ଗୋଡାଇଲେ ମହିଳା SIଙ୍କୁ

ଭୁବନେଶ୍ୱର : ରାଜଧାନୀରେ ଅସୁରକ୍ଷିତ ମହିଳା । ସେ ଜଣେ ସାଧାରଣ ମହିଳା ହେଉ ବା କୌଣସି ପୋଲିସ କର୍ମୀ । ଆଜ୍ଞା ହଁ ରବିବାର ଦିନ ରାତିରେ ଏପରି ଘଟଣା ଘଟିଯାଇଛି । ଯାହା ସାଧାରଣ ଜନତାଙ୍କୁ ଭୟଭିତ କରାଇ ଦେଇଛି । ରାଜଧାନୀରେ ଚାଲିଛି ଗୁଣ୍ଡାରାଜ୍ । ଯେଉଁଥିରୁ ବର୍ତ୍ତି ପାରିନାହାନ୍ତି ପୋଲିସ କର୍ମୀ । ବିଚ୍ ରାସ୍ତାରେ ଜଣେ ପୋଲିସ୍ ବର୍ଦିରେ ଥିବା ମହିଳା ଏସଆଇଙ୍କୁ ଖଣ୍ଡାଧରି ଗୋଡାଇଛନ୍ତି କିଛି ଦୁର୍ବୁତ୍ତ ।

ମିଳିଥିବା ସୂଚନା ଅନୁଯାୟୀ ନୂଆ ବର୍ଷ ରାତିରେ ପୋଲିସ ସବ୍ ଇନସ୍ପେକ୍‌ଟର ଶୁଭଶ୍ରୀ ନାୟକ ନିଜ ଡ୍ୟୁଟି ସାରି କାରରେ ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ କିଛି ଦୁର୍ବୁତ୍ତ ମାରଣାସ୍ତ୍ର ଧରି ତାଙ୍କ ଗାଡିକୁ ପିଛା କରିଥିଲେ । ଏହାଦେଖଇ ପ୍ରାଣ ବିକଳରେ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତରକୁ ପଶି ଯାଇଥିଲେ ମହିଳା ଝଓ ଜଣକ । ହେଲେ ଏତିକିରେ ଥମିନଥିଲା ଆତଙ୍କ । ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତର ଯାଏଁ ମଧ୍ୟ ସେମାନେ ଶୁଭଶ୍ରୀଙ୍କ ପିଛା କରିଥିଲେ । ଏହାଦେଖି ଶୁଭଶ୍ର ସାହାଯ୍ୟ ପାଇଁ ଚିତ୍କାର କରିବାରୁ ବାରାକରେ ଡ୍ୟୁଟି କରୁଥିବା ପୁଲିସ୍ ଅଧିକାରୀ ମହିଳା ଅଧିକାରୀଙ୍କୁ ରକ୍ଷା କରିଥିଲେ । ଏହାପରେ ଅଭିଯୁକ୍ତମାନେ ଗାଡ଼ି ସହ ଫେରାର ହୋଇ ଯାଇଥିଲେ।

ତେବେ ଏଭଳି ଏକ ଘଟଣା ସାମ୍‌ାନକୁ ଆସିବା ପରେ ପୋଲିସ ରାଜ ରାସ୍ତାରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ୍ ଜାଞ୍ଚ କରିଥିଲେ ମଧ୍ୟ । ସେହି ଦୁର୍ବୁତ୍ତ ମାନଙ୍କର ପତ୍ତା ମିଳିନଥିଲା । ତେବେ ଏଠି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଯଦି ରାଜଧାନୀ ସ୍ମାର୍ଟ ସିଟିର ରାଜରାସ୍ତାରେ ସିସିଟିଭି ଲାଗିଥାଇ ମଧ୍ୟ ଯଦି ଜଣେ ପୋଲିସ ଏସଆଇ ସୁରଯିତ ନୁହଁ । ତେବେ ଜଣେ ସାଧାରଣ ଜନତା କେତେ ସୁରକ୍ଷିତ ?

Leave a Reply

Your email address will not be published. Required fields are marked *