Pratidin TV

Odisha's Digital News Platform

ପୁଣିଥରେ ରତନ ଟାଟାଙ୍କୁ ଦେଖିବ ସାରା ଦେଶ , ତାଙ୍କ ଜୀବନୀକୁ ନେଇ ତିଆରି ହେବ ସିନେମା..

1 min read

ରତନ ଟାଟାଙ୍କ ବିୟୋଗରେ ଏକ ଯୁଗର ପରିସମାପ୍ତି ହୋଇଛି । ଏହି ମହାନ ବ୍ୟକ୍ତିଙ୍କୁ ଝୁରୁଛି ସାରା ଦେଶ। ଭାରତୀୟ ଶିଳ୍ପ ଜଗତର ଏକ ମହାଦ୍ରୁମ ଥିଲେ ରତନ ଟାଟା । ଯେତିକି ଭଲ ବ୍ୟବସାୟୀ ଥିଲେ, ସେତିକି ଭଲ ମଣିଷଟିଏ ।  ଗତବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ଦେଶର ରତ୍ନ ଥିବା ରତନ ଟାଟାଙ୍କୁ ହରାଇବା ପରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଖେଳାଳି, କଳାକାର ସମେତ ବିଦେଶର ଲୋକମାନେ ବି ସୋସିଆଲ ମିଡିଆ ଜରିଆରେ ଟାଟା ଗ୍ରୁପର ଅଧ୍ୟକ୍ଷଙ୍କୁ ଶ୍ରଦ୍ଧାକଞ୍ଜଳି ଦେବା ସହିତ ରତନ ଟାଟାଙ୍କ ସହିତ ନିଜନିଜର ଅନୁଭୂତି ସେୟାାର କରିଛନ୍ତି।

ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ଟାଟା ଗ୍ରୁପ୍‌କୁ ବିଶ୍ବରେ ପରିଚିତ କରିବା‌ରେ ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ  ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ତେବେ ଏହି ସମୟରେ  ଜି ଗ୍ରୁପର  ମାଲିକ ସୁଭାଷ ଚନ୍ଦ୍ରା ରତନ ଟାଟାଙ୍କ ଜୀବନୀକୁ ନେଇ ଏକ ବାୟୋଗ୍ରାଫିକଲ ସିନେମା ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି।  ଏହି ସିନେମା ସି୫ରେ ପ୍ରଦର୍ଶିତ କରାଯିବ। ଏହାକୁ ବିଭିନ୍ନ ଭାଷାରେ ଉପଲବ୍ଧ କରିବା ପାଇଁ ବି ଜି ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି।

Advertisement

ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା କହିଛନ୍ତି, ‘ରତନଙ୍କ ସହିତ ମୋର ଭଲ ବନ୍ଧୁତା ଥିଲା। ସେ ସର୍ବଦା ମୋ ବିଚାରକୁ ନେଇ ପ୍ରଶଂସା କରୁଥିଲେ। ତାଙ୍କୁ କୌଣସି ପ୍ରସଙ୍ଗରେ ମତାମତ ମାଗିଲେ ସେ ଅତି ସୁନ୍ଦର ଭାବେ ନିଜର ମତ ପ୍ରକାଶ କରିଥାଆନ୍ତି।

Leave a Reply

Your email address will not be published. Required fields are marked *