Pratidin TV

Odisha's Digital News Platform

ଜାଣନ୍ତୁ ରତନ ଟାଟାଙ୍କ ଫିଟ୍‌ନେସ ସିକ୍ରେଟ ,୮୬ ବର୍ଷରେ ବି କେମିତି ରହିଥିଲେ ଫିଟ୍?

1 min read

 ଭାରତୀୟ ଶିଳ୍ପ ଜଗତର ଏକ ମହାଦ୍ରୁମ ଥିଲେ ରତନ ଟାଟା । ଯେତିକି ଭଲ ବ୍ୟବସାୟୀ ଥିଲେ, ସେତିକି ଭଲ ମଣିଷଟିଏ । ନିଜର ସ୍ବାସ୍ଥ୍ୟ ଓ ଫିଟନେସ୍ ନେଇ ମଧ୍ୟ ସେ ଖୁବ୍ ସଚେତନ ରହୁଥିଲେ । ତାଙ୍କର ଏହି ଲମ୍ବା ଜୀବନର ରହସ୍ୟ ଥିଲା ସରଳ ଜୀବନଶୈଳୀ, ସୁସ୍ଥ୍ୟ ଖାଦ୍ୟ ଅଭ୍ୟାସ, ନିୟମିତ ଯୋଗ, ଧ୍ୟାନ ଇତ୍ୟାଦି । ସେଥିପାଇଁ ନିଜ ବୟସର ଅପରାହ୍ନରେ ବି ଟାଟା ପୁରା ଫିଟ୍ ରହିଥିଲେ ।ତେବେ  ଆଜି ଆମେ ଆପଣଙ୍କୁ ଜଣେଇବୁ  ରତନ ଟାଟାଙ୍କ ଫିଟନେସର ରହସ୍ୟ ବିଷୟରେ ।  କେମିତି ସେ ନିଜକୁ ଫିଟ୍ ରଖିଥିଲେ ଯଦ୍ବାରା ଆପଣ ମଧ୍ୟ ଏହାକୁ ଆପଣାଇ ନିଜ ଜୀବନକୁ ସୁସ୍ଥ ଓ ନିରାମୟ କରିପାରିବେ ।

ସକାଳୁ ଉଠିବା: ଶୀଘ୍ର ସକାଳୁ ଉଠିବା ଓ ଏକ୍ସରସାଇଜ କରିବାରୁ ରତନ ଟାଟାଙ୍କ ଦିନଚର୍ଯ୍ୟା ଆରମ୍ଭ ହେଉଥିଲା । ସେ ସକାଳ 6ଟାରୁ ଉଠି ଯାଉଥିଲେ ଏବ୍ଂ ମର୍ଣ୍ଣିଂ ୱାକରେ ଯାଉଥିଲେ । ଏହାପରେ ଯୋଗ ବ୍ୟାୟାମ କରୁଥିଲେ । ସେ ଜାଣିଥିଲେ ଯେ, ଶରୀରକୁ ସୁସ୍ଥ ରଖିବା ପାଇଁ ଚାଲିବା, ଯୋଗ କରିବା ଓ ଅନ୍ୟାନ୍ୟ ଶାରିରୀକ ଗତିବିଧି ଜରୁରୀ । ଏଥିସହ ସେ ସବୁଦିନ ସୂର୍ଯ୍ୟ ନମସ୍କାର କରୁଥିଲେ । କେବେବି ନିଜର ଏହି ଦିନଚର୍ଯ୍ୟାରେ ଅବହେଳା କରୁନଥିଲେ ।

Advertisement

ଧ୍ୟାନ: ସେ ପ୍ରତିଦିନ ଯୋଗ ସହ ମେଡିଟେସନ ବା ଧ୍ୟାନ କରୁଥିଲେ । ଧାଁ ଦୌଡ ଜୀବନ ଓ କାର୍ଯ୍ୟବ୍ୟସ୍ତତା ଶରୀର ଓ ମସ୍ତିଷ୍କକୁ କ୍ଲାନ୍ତ କରିଦିଏ । ଶରୀରକୁ ଆରାମ ଦରକାର ହୁଏ । ମେଡିଟେସନ କରିବା ଦ୍ବାରା ମନ ଶାନ୍ତ ରହେ ଓ ଚିନ୍ତା କରିବାର କ୍ଷମତା ବଢେ ।

ଘର ଖାଦ୍ୟ ଖାଇବା: ତାଙ୍କୁ ଘର ରନ୍ଧା ଖାଦ୍ୟ ବେଶୀ ପସନ୍ଦ ଥିଲା । ସେ ସବୁବେଳେ ଘରେ ଖାଉଥିଲେ । ଜଙ୍କଫୁଡ୍, ଫାଷ୍ଟଫୁଡ୍ ଠାରୁ ଦୂରେଇ ରହୁଥିଲେ । ରତନ ଟାଟା ନିଜର ଖାଦ୍ୟପାନୀୟ ସମ୍ବନ୍ଧୀୟ ନିୟମକୁ କଡାକଡି ପାଳନ କରୁଥିଲେ । ଏଥିସହ ରୁଟିନ ଚେକ-ଅପ୍‌କୁ ମଧ୍ୟ ଗୁରୁତ୍ବ ଦେଉଥିଲେ । ନିଜର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ରେଗୁଲାଲ ହେଲଥ୍ ଚେକ-ଅପ୍ ପାଇଁ ଯାଉଥିଲେ ।

କ’ଣ ଖାଇବାକୁ ପସନ୍ଦ କରୁଥିଲେ ଏହି ବିଶିଷ୍ଟ ଉଦ୍ୟୋଗପତି

ପାର୍ସୀ ଖାଦ୍ୟ ପ୍ରିୟ ଥିଲା: ଥରେ ଏକ ଟିଭି ଇଣ୍ଟରଭ୍ୟୁରେ ରତନ ଟାଟା କହିଥିଲେ ତାଙ୍କର ପାର୍ସୀ ଖାଦ୍ୟ ଅଧିକ ପସନ୍ଦ । ଏହି ଖାଦ୍ୟ ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟକର ।

ପ୍ରିୟ ଡାଲି: ପାର୍ସୀ ଫୁଡ୍ ସହ ସେ ମସୁର ଡାଲି ଖାଇବାକୁ ଭଲ ପାଉଥିଲେ । ଏଥିରେ ଜରୁରୀ ପୋଷକ ତତ୍ତ୍ବ ରହିଥାଏ ଯାହାକି ଶରୀର ପାଇଁ ଲାଭଦାୟକ ।

ପ୍ରିୟ ଜଳଖିଆ: ରତନ ଟାଟାଙ୍କ ପ୍ରିୟ ସକାଳ ଜଳଖିଆ ଥିଲା ଅକୁରି, ଯାହାକି ଏକ ପାର୍ସୀ ବ୍ୟଞ୍ଜନ ଓ ଅଣ୍ଡା ଭୁଜିଆ ଭଳି ଦେଖିବାକୁ । ସେ ଜଳଖିଆରେ ଅକୁରି ଖାଇବା ପସନ୍ଦ କରୁଥିଲେ ।

ରତନ ଟାଟା ତାଙ୍କର ପୋଷା କୁକୁରକୁ ଭାରି ଭଲ ପାଉଥିଲେ । ନିଜ କୁକୁର ସହ ମସ୍ତି କରିବା ସମୟର ତାଙ୍କର ଅନେକ ଭିଡିଓ ଦେଖିବାକୁ ମିଳେ । ଗୃହପାଳିତ ଜୀବଙ୍କ ସହ ସମୟ ବିତାଇଲେ ଷ୍ଟ୍ରେସ କମ୍ ହେବା ସହ ମନ ହାଲୁକା ରହେ ।

Leave a Reply

Your email address will not be published. Required fields are marked *