Pratidin TV

Odisha's Digital News Platform

ବଢୁଛି ଡିଜିଟାଲ ନେଣଦେଣ ଚାହିଦା; ରେକର୍ଡ କଲା ୟୁପିଆଇ, ୟୁପିଆଇ କାରବାର ୫୨% ବୃଦ୍ଧି

1 min read

ଦିନକୁ ଦିନ ଡିଜିଟାଲ ବା ଅନଲାଇନ ପେମେଣ୍ଟର ଚାହିଦା ବୃଦ୍ଧି ହେବାରେ ଲାଗିଛି । ଟଙ୍କା ନେଣଦେଣ ପାଇଁ ଏହା ଏକ ସୁବିଧା ବହୁଳ ପ୍ରକ୍ରିୟା । ଯାହାକୁ ଦେଖ ସେ ପ୍ରଥମେ ଅନଲାଇନ ପେମେଣ୍ଟ କଥା ହିଁ ପଚାରିବ । ଆଉ ଗ୍ରାହକଙ୍କ ଚାହିଦା ଦେଖି ବଡ ବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଛୋଟ ନିବେଶକଟି ବି ଏବେ ଡିଜିଟାଲ ମାଧ୍ୟମକୁ ହିଁ ବ୍ୟବହାର କରୁଛି । ଯାହାର କ୍ଷେତ୍ର ଏବେ ବୃଦ୍ଧି ପାଇବାରେ ଲାଗିଥିବା ଦର୍ଶାଇଛି ଓ୍ବାଲ୍ଡଲାଇନ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟ ।

ଦେଶରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ୱାର୍ଲ୍ଡଲାଇନ୍ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରୁ ଜଣାପଡିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଦେଶରେ ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି। ଏଥିରେ ୭ ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ। କ୍ରେଡିଟ୍ କାର୍ଡ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି।

Advertisement

Leave a Reply

Your email address will not be published. Required fields are marked *