Pratidin TV

Odisha's Digital News Platform

କୋରାପୁଟରେ ଚାଲିଛି ସାଉଥ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ଫିଲ୍ମର ସୁଟିଂ

1 min read

କୋରାପୁଟ ଜିଲ୍ଲାର ଲମତାପୁଟ, ମାଛକୁଣ୍ଡ ଏବଂ ଅନାକାଡେଲିରେ ସାଉଥ୍ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂକରାଯାଉଛି। ତେଲୁଗୁ ଆକ୍ସନ୍-ରିଭେଞ୍ଜ ଭିତ୍ତିକ ଫିଲ୍ମ ‘ଘାଟି’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି କୃଷ୍ଣ।

ଅଭିନେତା-ନିର୍ଦ୍ଦେଶକ ଜନ୍ ବିଜୟ କହିଛନ୍ତି, “ମୁଁ ବିଭିନ୍ନ ସ୍ଥାନ ଅନୁସନ୍ଧାନ କରି ଓଡିଶାର ଡୁଡୁମା ଜଳପ୍ରପାତ କୂଳରେ ଏହି ସୁନ୍ଦର ସ୍ଥାନ ପାଇଲି। ସମସ୍ତେ କେରଳ, ଗୋଆ, ତାମିଲନାଡୁ କିମ୍ବା ହିମାଚଳ ପ୍ରଦେଶ ବିଷୟରେ କଥାବାର୍ତ୍ତା କରନ୍ତି; ହେଲେ ଦୟାକରି ଓଡ଼ିଶାକୁ ଆସନ୍ତୁ ଏଠାରେ ଆପଣ ବହୁତ କିଛି ଅନୁସନ୍ଧାନ କରିପାରିବେ। ଖୁବ୍ କମ୍ ଟଙ୍କାରେ ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

Advertisement

ତେବେ ଏହି ‘ଘାଟି’ ଚଳଚ୍ଚିତ୍ରଟି ଜଣେ ସଶକ୍ତ ମହିଳାଙ୍କ ଉପରେ ଆଧାରିତ। ଯିଏକି ବିଭିନ୍ନ ପ୍ରତିକୂଳ ପରିସ୍ଥିତିର କିଭଳି ସାମ୍ନା କରୁଛି, ତାହା ଦର୍ଶାଯାଇଛି। କୃଷ୍ଣ ଜଗାରାଲାମୁଡିଙ୍କ ନିର୍ଦ୍ଦେଶିତ ଏହି ଅପକମିଂ ଚଳଚ୍ଚିତ୍ରରେ ଅନୁଷ୍କା, ରମ୍ୟା କ୍ରିଷ୍ଣନ୍ ଏବଂ ରବିନ୍ଦ୍ର ବିଜୟ ନଜର ଆସିବେ।

Leave a Reply

Your email address will not be published. Required fields are marked *