Pratidin TV

Odisha's Digital News Platform

ଦୀପାବଳିରେ ମହିଳାମାନଙ୍କୁ ସରକାରଙ୍କ ବଡ ଭେଟି , ମାଗଣା ମିଳିବ ଖଚଏ ସିଲିଣ୍ଡର …

1 min read

ଦୀପାବଳିରେ ମହିଳାମାନଙ୍କୁ ବଡ ଭେଟି ଦେବେ ଉତ୍ତର ପ୍ରଦେଶ ସରକାର । ଏହି ବର୍ଷ ଦୀପାବଳିରେ ପ୍ରଧାନମନ୍ତ୍ରୀ ଉଜ୍ବଳ ଯୋଜନା ମାଧ୍ୟମରେ ୟୁପି ସରକାର ୧.୮୫ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସୂଚନା ଦେଇଛନ୍ତି ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିଜେ ଦେଇଥିବା ଆଦେଶରେ କହିଥିଲେ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ବଳ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ କରାଯିବ । ଦୀପାବଳିର ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ।

Advertisement

ଗତବର୍ଷ ଏହି ଯୋଜନାରେ ୮୫ ଲକ୍ଷ ମହିଳା ହିତାଧିକାରୀଙ୍କୁ ନିଶୁଳ୍କ ରେ ଏଲପିଜି ସିଲିଣ୍ଡର ମିଳିଥିଲା । ଏହି ଯୋଜନାରେ କେନ୍ଦ୍ର ସରକାର ୩୦୦ ଟଙ୍କାର ସବସିଡି ପ୍ରଦାନ କରିଛନ୍ତି । ଏହା ଛଡ଼ା ବାକି ରହିଥିବା ଟଙ୍କା ରାଜ୍ୟ ସରକାର ଦେବେ ।

Leave a Reply

Your email address will not be published. Required fields are marked *