Pratidin TV

Odisha's Digital News Platform

ଲକ୍ଷ୍ମୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ , ଜଳିଗଲା ୧୫ ରୁ ଉର୍ଦ୍ଧ୍ୱ ଦୋକାନ …

1 min read

ଗଞ୍ଜାମ ; ଦଶହରାରେ ସର୍ବଶାନ୍ତ ହେଲେ ଦୋକାନୀ । ଲକ୍ଷ୍ମୀବଜାରରେ ଜଳି ପାଉଁସ ହେଲା ୧୫ ରୁ ଉର୍ଦ୍ଧ୍ୱ ଦୋକାନ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ଜଳି ଯାଇଛି ୧୫ ରୁ ଉର୍ଦ୍ଧ୍ବ ପରିବା ଦୋକାନ । ଲକ୍ଷାଧିକ ଟଙ୍କାର ପନିପରିବା ଇଲୋଟ୍ରୋନିକ ସରଞ୍ଜାମ ନିଆଁରେ ଜଳିପୋଡ଼ି ପାଉଁଶ ହୋଇ ଯାଇଛି ।

ସୂଚନା ଅନୁସାରେ ଗତକାଲି ରାତ୍ର ପ୍ରାୟ ୨ ଟା ସମୟରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ପରେ ଆସିକା ଅଗ୍ନିଶ୍ରମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା ।

Advertisement

ପୂର୍ବରୁ ଗଚ୍ଛିତ ଥିବା ପନିପରିବା ମଧ୍ୟ ପୋଡିଆ ଯିବାରୁ ବ୍ୟବସାୟୀ ମାନେ ବହୁତ୍ କ୍ଷତି ସହିଛନ୍ତି । ଏପରିକି ଆଜିର ପରିବା ମାର୍କେଟ ପୋଡ଼ି ଯିବାରୁ ସାଧାରଣ ଗ୍ରାହକ ପରିବା କିଣାରେ ଅନେକ ଅସୁବିଧା ଭୋଗ କରିଛନ୍ତି । ଅଦ୍ୟାବିଧି ଅଗ୍ନିକାଣ୍ଡର କାରଣ ସ୍ୱଷ୍ଟ ହୋଇ ନଥିବା ବେଳେ ଗତ ଦଶହରା ପୂଜା ଥିବାରୁ ପ୍ରତ୍ୟେକ ଦୋକାନରେ ପୂଜା ପାଠ ଦୀପ ପ୍ରଜ୍ଵଳନ ହୋଇଥିଲା । ସମ୍ଭବତ ଦୀପ ନିଆଁରୁ ଏହି ଅଗ୍ନକାଣ୍ଡ ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *