Pratidin TV

Odisha's Digital News Platform

ମାମାଲିଙ୍କ ପ୍ରେମରେ ବାୟା ହେଲେ ବାବା ଗେରୁଆ ଛାଡ଼ି ପିନ୍ଧିଲେ ଜିନ୍ସ 

1 min read

ପୁଣି ଜଣେ ରଙ୍ଗିଲା ବାବାକୁ ଗିରଫ କରିଛି ପୋଲିସ ଯୁବତୀଙ୍କୁ ଅପହରଣ ଅଭିଯୋଗରେ ରଙ୍ଗିଲା ବାବାକୁ ମାଡି ବସଲା ପୋଲିସ।ଧରା ହୋଇଛନ୍ତି ଆଉ ଜଣେ ରଙ୍ଗିଲା ବାବା ଆଶ୍ରମରେ ଯୁବତୀଙ୍କ ସହ କରୁଥିଲେ ଅୟସ | ଏମିତି ଜଣେ ଭଣ୍ଡବାବାକୁ ଆଜି ଗିରଫ କରିଛି ଢେଙ୍କାନାଳ ପୋଲିସ ବାବା ଜଣଙ୍କ କଟକ ଜିଲ୍ଲା ତିଗିରିଆ ଥାନା ସୋମପଡାରେ ବହୁତ ଦିନରୁ ଆଶ୍ରମ କରି ରହୁଥିଲେ ଏହି ରଙ୍ଗିଲା ବାବା କୈବଲ୍ୟ ଜାନି। ବାବାଙ୍କ ନିଜ ପାଖ କୁଡିଆ କରୁଥିଲେ ରାସଲିଳା।ଏମିତି କିଛି ସାଂଘାତିକ ଅଭାଯୋଗ ଆସିଛି ବାବା କୈବଲ୍ୟ ଜାନିଙ୍କ ନାଁରେ ଆଜି ସୋମପଡା ଆଶ୍ରମରେ ଢେଙ୍କାନାଳ ପୋଲିସ ଚଢ଼ାଉ କରି ସଂପୃକ୍ତ ବାବା କୈବଲ୍ୟ ଜାନିଙ୍କ ଆଶ୍ରମରୁ ବହୁ ଆପତ୍ତିଜନକ ଜିନିଷ ଜବତ କରିବା ସହିତ ବାବାଙ୍କୁ ଉଠାଇ ନେଇଛି ଢେଙ୍କାନାଳ ପୋଲିସ।

ସୁଚନା ଅନୁସାରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଆଶ୍ରମ କରି ରହୁଥିବା ଏହି ରଙ୍ଗିଲା ବାବା ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ନେଇ ସଂପୃକ୍ତ ବାବାଙ୍କ ନାଁରେ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ,ପାରିବାରିକ ସମସ୍ୟାର ସମାଧାନ ପାଇଁ ଯୁବତୀ ଜଣକ ଉକ୍ତବାବାଙ୍କ ନିକଟକୁ ଯିବା ଆସିବା କରୁଥିଲେ। ଏହାରି ମଧ୍ୟରେ ବାବା ଓ ଉକ୍ତ ଯୁବତୀଙ୍କ ସହ ସମ୍ପର୍କ ବୃଦ୍ଧି କରିଥିଲେ।କିଛି ଦିନ ପରେ ଯୁବତୀ ଜଣକ ନିଖୋଜ ହୋଇ ଯାଇଥିଲେ ଓ ତାପରେ ପରିବାର ଲୋକେ ତାଙ୍କୁ ବାବା ଜଣଙ୍କ ଅପହରଣ କରିନେଇଛନ୍ତି ବୋଲି ଯୁବତୀଙ୍କ ବାପା ଗତ ୭ ତାରିଖ ଦିନ ଢେଙ୍କାନାଳ ସଦର ଥାନା ଅଧୀନ ଭାପୁରଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ଢେ଼ଙ୍କାନାଳ ପୋଲିସ ଆଜିତିଗିରିଆ ସୋମପଡାସ୍ଥିତ ବାବାଙ୍କ ଆଶ୍ରମରେ ଚଢ଼ାଉ କରିଥିଲା।ସପୁକ୍ତ ବାବାଙ୍କ ନିକଟରୁ ପୋଲିସ ବହୁ ଆପତ୍ତିଜନକ ଜିନିଷ ଓ ବିଭିନ୍ନ ଯୁବତୀ ଫଟୋ ମିଳିଥିଲାବେଳେ ରଙ୍ଗିଲା ବାବାକୁ ଗିରଫ କରିଛି ପୋଲିସ।ତେବେ ଏବେବି ସଂପୁକ୍ତ ଯୁବତୀ ଜଣକ କେଉଁଠାରେ ଅଛନ୍ତି।ଏନେଇ ବାବା ଜଣଙ୍କ ମୁହଁ ଖୋଲିନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଢେଙ୍କାନାଳ ପୋଲିସ |

Advertisement

Leave a Reply

Your email address will not be published. Required fields are marked *