Pratidin TV

Odisha's Digital News Platform

ବାବା ସିଦ୍ଦିକିଙ୍କ ପାଇଁ ବିଗବସ୍ ସୁଟିଂ ବନ୍ଦ କଲେ ସଲମାନ ଖାନ

1 min read

ନିଜ ସାଙ୍ଗକୁ ହରାଇ ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି ସଲମାନ ଖାନ | ତେବେ ବାବା ସିଦ୍ଦିକି ଏଭଳି ଏକ ବ୍ୟକ୍ତିତ୍ୱ ଥିଲେ ଯିଏ ଦିନେ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ଭିତରେ ହୋଇଥିବା ଝଗଡ଼ାରେ ଗୋଟିଏ ନିଷ୍କର୍ସ ବାହାର କରି ଉଭୟଙ୍କ ଭିତରେ ଆପସ ବୁଝାମଣା କରାଇଥିଲେ | କ୍ୟାଟ୍ରିନା କ୍ୟାଫଙ୍କ ଜନ୍ମଦିନରେ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ଭିତରେ ହୋଇଥିବା ଝଗଡ଼ା ଚର୍ଚ୍ଚାରେ ଆସିଥିଲା | ଏହାପରେ ୨ ଷ୍ଟାରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଏପରି ମନାମାଳିନ୍ୟ | ଆଉ ଯାହାକୁ ବୁଝାମଣା କରି ଦୁହିଁଙ୍କ ଝଗଡା ଠିକ କରିଦେଇଥିଲେ ବାବା ସିଦ୍ଦିକି |

ତେବେ ଶନିବାର ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା। ମୁମ୍ବାଇରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ ପରେ ତାଙ୍କୁ ତୁରନ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଗୁଳି ତାଙ୍କ ପେଟରେ ଓ ଆଉ ଗୋଟିଏ ଗୁଳି ତାଙ୍କ ଛାତିରେ ମାଡ଼ ହୋଇଛି। ଗୁଳି ମାଡ଼ ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Advertisement

ତେବେ ଏହାରି ଭିତରେ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଛି | ଭାଇରାଲ ଭିଡ଼ିଓରେ ସଲମାନ ଖାନ ବାବା ସିଦ୍ଦିକିଙ୍କ ପରିବାର ସହ ଭେଟ କରିବାକୁ ଲୀଳାବତୀ ମେଡିକାଲ ରେ ପହଞ୍ଚିଥିବା ନଜର ଆସିଛନ୍ତି | କେବଳ ସେ ବୁହେଁ ବଲିଉଡର ଶିଳ୍ପ ସେଟ୍ଟୀ ଓ ଅନ୍ୟ କଳାକାର ମଧ୍ୟ ସେଠାରେ ପହଁଞ୍ଚିଛନ୍ତି |

ସୂଚନାନୁସାରେ, ବାବା ସିଦ୍ଦିକି ବଲିଉଡରେ ବହୁ ପରିଚିତ ଥିଲେ | ରାଜନୀତିରେ ଯେତିକି ସକ୍ରିୟ ଥିଲେ ସେତିକି ବଲିଉଡରେ ମଧ୍ୟ ସକ୍ରିୟ ଥିଲେ | ଏହାସହ ବାବା ସିଦ୍ଦିକିଙ୍କ ଘନିଷ୍ଠ ବନ୍ଧୁ ଥିଲେ ସଲମାନ ଖାନ | ତେବେ ବର୍ତ୍ତମାନ ତାଙ୍କର ମୃତୁ ପରେ ସଲମାନ ନିଜ ବିଗବସ ୧୮ ର ସୁଟିଂ କ୍ୟାନସଲ କରିଛନ୍ତି ଏବଂ ଏହାସହ ଦୌଡ଼ି ଆସିଛନ୍ତି ହସ୍ପିଟାଲ |

Leave a Reply

Your email address will not be published. Required fields are marked *