Pratidin TV

Odisha's Digital News Platform

ଫୋନ କଲ ପାଇଁ ବଞ୍ଚିଗଲେ ଜିଶାନ୍ ସିଦ୍ଦିକି ବଳି ପଡିଗଲେ ବାପା

1 min read

ଟାର୍ଗେଟରେ ଥିଲେ ପୁଅ | ହେଲେ ଗୁଳି ଖାଇ ଟଳିପଡିଲେ ବାପା | ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ଏଭଳି କିଛି ଖବର ସାମ୍ନାକୁ ଆସିଛି | ବାବା ସିଦ୍ଦିକିଙ୍କ ପୁଅ ବିଧାୟକ ଜିଶାନ୍ ସିଦ୍ଦିକି ଏହି ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି | ବାବା ସିଦ୍ଦିକି ଓ ଜିଶାନ୍ ସିଦ୍ଦିକି ଖେରୱାଡି ନିକଟରେ ଥିବା କାର୍ଯ୍ୟାଳୟରେ ଥିଲେ | ଦୁହେଁ ଏକାଠି ଘରକୁ ଯିବାକୁ ବାହାରୁଥିଲେ | କିନ୍ତୁ ଜିଶାନ୍ ସିଦ୍ଦିକିଙ୍କ ଫୋନ ଆସିବା ଯୋଗୁଁ ସେଠାରୁ ସେ ତୁରନ୍ତ ପଳାଇଥିଲେ | ଜିଶାନ୍ ସିଦ୍ଦିକିଙ୍କ ବାହାରିବାର ୫ ମିନିଟ ମଧ୍ୟରେ ବାବା ସିଦ୍ଦିକିଙ୍କୁ ଆକ୍ରମଣ କରାଯାଇଥିଲା | ବର୍ତ୍ତମାନ ଜିଶାନ୍ ସିଦ୍ଦିକି Y ବର୍ଗର ସୁରକ୍ଷାରେ ଅଛନ୍ତି |

୧୫ ଦିନ ପୂର୍ବରୁ ମଧ୍ୟ ଜିଶାନ୍ ସିଦ୍ଦିକିଙ୍କୁ ମଧ୍ୟ ଏକ ଧମକ ମିଳିଥିଲା | ଯାହାପରେ ତାଙ୍କୁ Y କାଟାଗୋରି ସୁରକ୍ଷା ଦିଆଯାଇଥିଲା | ଯେଉଁ ସମୟରେ ଗୁଳି ଚଳାଯାଇଥିଲେ ସେହି ସମୟରେ ଜିଶାନ୍ ସିଦ୍ଦିକିଙ୍କ କାର ଆଗରେ ବାବା ସିଦ୍ଦିକିଙ୍କ ପଛରେ ରହିଥିଲା | ହତ୍ୟାରେ ବ୍ୟବହୃତ 9.9 ମିଲିମିଟର ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି। ଯେଉଁଥିରେ ଟଳିପଡିଥିଲେ ବାବା ସିଦ୍ଦିକି | ତାଙ୍କୁ ଲୀଳାବତୀ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ |

Advertisement

Leave a Reply

Your email address will not be published. Required fields are marked *