Pratidin TV

Odisha's Digital News Platform

ହସ୍ପିଟାଲ ବେଡରେ ମା’ , ସବୁଛାଡି ଦୌଡିଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ।

1 min read

ହସ୍ପିଟାଲ ବେଡରେ ମା’ , ଆଉ ନିଜ ମା ଦେହ ଅସୁସ୍ଥ ଥିବା ଜାଣି କେଉଁ ସନ୍ତାନ ବା ଅଟକି ପାରିବ । ସେ ତ ପୁଣି ମୁଖ୍ୟମନ୍ତ୍ରୀ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଜଲି ଗ୍ରାଣ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ମାଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି। ଏଠାରେ ସେ ତାଙ୍କ ମାତା ସାବିତ୍ରୀ ଦେବୀ (୮୦) ଙ୍କୁ ଭେଟି ଦୀର୍ଘ ସମୟ କଥା ହୋଇଥିଲେ ।

ହସ୍ପିଟାଲରେ କିଛି ସମୟ ମା ଙ୍କ ସହ ଅତିବାହିତ କରି ପରେ ସେ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲେ । ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ମାଙ୍କ ଆଖିରେ କିଛି ସମସ୍ୟା ଥିଲା । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି ।

Advertisement

ସିଏମ ଯୋଗୀଙ୍କ ସୁରକ୍ଷା ସମ୍ପର୍କରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ଦେହରାଡୁନ ବିମାନବନ୍ଦରରୁ ହିମାଳୟ ହସ୍ପିଟାଲ ଜଲି ଗ୍ରାଣ୍ଟ ପର୍ଯ୍ୟନ୍ତ ଜଗି ରହିଥିଲେ। ତାଙ୍କ ସହ ପୂର୍ବତନ ସିଏମ୍ ରମେଶ ପୋଖ୍ରିଆଲ୍ ନିଶଙ୍କ ମଧ୍ୟ ଉପସ୍ଥିତ ଥିଲେ।
ଆମେ ଆପଣଙ୍କୁ କହିରଖୁଛୁ ଯେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସିଏମ୍ ଯୋଗୀଙ୍କ ମା ସାବିତ୍ରୀ ଦେବୀଙ୍କୁ ଶନିବାର ହିମାଳୟ ହସ୍ପିଟାଲ୍ ଜଲି ଗ୍ରାଣ୍ଟରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କୁ ୱାର୍ଡ ୧୧୧ ର ରୁମ୍ ନମ୍ବର ୧୫ ରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *