Pratidin TV

Odisha's Digital News Platform

ଓଡ଼ିଶା ଝିଅଙ୍କୁ ଦିଲ୍ଲୀରେ କୁକର୍ମ , କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ମାନସ ମଙ୍ଗରାଜ …

1 min read

ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ। ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣକୁକର୍ମ ଘଟଣା ସାମ୍ନାକୁ ଆସିବା ପରେ ଏହି ଘଟଣା କୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ବର୍ତ୍ତମାନ ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି ।
କିଛି ସମୟ ପାଇଁ ଚେତା ଆସୁଛି ଓ ଯାଉଛି। ଏମ୍ସରେ ତାଙ୍କର ଚିକିତ୍ସା କରାଯାଉଛି। ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ ପୋଲିସ। ୬ରୁ ୭ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଗଣକୁକର୍ମ କରିଥିବା ସନ୍ଦେହ କରାଯାଉଛି। ତେଣୁ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଘଟଣାକୁ ଗୁରୁତର ସହିତ ନିଆଯାଇଛି । ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି, ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା’ ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକେ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଉଛି । ବାକି ସବୁ ବ୍ୟବସ୍ଥା କରାଯାଉଥିବା ଡିଜିପିଙ୍କ ଅଫିସ ତରଫରୁ କୁହାଯାଇଛି ।

ସୂଚନାନୁଯାୟୀ ଶୁକ୍ରବାର ଭୋର ପ୍ରାୟ ୩ଟା ୧୫। ଦିଲ୍ଲୀର ସରାଇ କାଲେ ଖାନ୍ ଅଞ୍ଚଳରେ ଥିବା SKK ଫ୍ଲାଏଓଭର ପାଖରେ ଜଣେ ୩୪ ବର୍ଷୀୟା ଯୁବତୀ ରକ୍ତଭିଜା ଲୁଗାରେ ଛିଡ଼ା ହୋଇଥିଲେ। ଯୁବତୀଙ୍କୁ ଏପରି ଅବସ୍ଥାରେ ଦେଖି ଜଣେ ସେନା ଅଧିକାରୀ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍‌ କରିଥିଲେ। PCR କଲ ପାଇ ସନଲାଇଟ୍‌ କଲୋନୀ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଯୁବତୀ ଜଣକ ପ୍ରଥମେ ପୁଲିସ ସହ ଯିବାକୁ ଅମଙ୍ଗ ହେଉଥିଲେ। କିଛି ସମୟ ବୁଝାଇବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା ପୁଲିସ।

Advertisement

ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି କୁକର୍ମ କରାଯାଇଥିବା ସନ୍ଦେହ କରାଯାଉଛି। ମହିଳା ଜଣକ ବର୍ଷେ ହେବ ଦିଲ୍ଲୀରେ କଟୱାରିଆ ସରାଇରେ ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ। ହେଲେ କୌଣସି କାରଣରୁ ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ଏଥିଯୋଗୁ ସେ ଅନେକ ଦିନ ଦିଲ୍ଲୀର ବିଭିନ୍ନ ସ୍ଥାନରେ କାଟିଛନ୍ତି। ତେଣୁ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି। ମହିଳାଙ୍କୁ କୁକର୍ମ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *