Pratidin TV

Odisha's Digital News Platform

ସରକାରଙ୍କ ବଡ ନିଷ୍ପତ୍ତି ,ଏଥର ଦୀପାବଳୀରେ ଫୁଟିବନି ବାଣ…

1 min read

 ସରିଲା ଦୁର୍ଗାପୂଜା, ପରେ ପରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀପୂଜା ଆଉ ପାଖେଇ ଆସୁଛି ଦୀପାବଳି। ତେବେ ଏଥର ପ୍ରଦୂଷଣକୁ ନଜରରେ ରଖି ନିୟମ କଡା କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଥିବାବେଳେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଏସବୁ ଭିତରେ ସରକାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ବାଣ ତିଆରି ଓ ବିକ୍ରି ଉପରେ ବ୍ୟାନ୍‌ ଲାଗିଇଲେ ଦିଲ୍ଳୀ ସରକାର। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସରକାର।

ପୂର୍ବ ବର୍ଷ ଭଳି ଏଥର ବି ଦିଲ୍ଳୀରେ ବାଣ ଫୁଟିବନି। ଦୀପାବଳିରେ ବାଣ ଫୁଟାଇବା ପରେ ଲାଗିଛି କଟକଣା। ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା ହୋଇଛି। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ଆପ୍‌ ସରକାର।

Advertisement

 ୨୦୨୫ ଜାନୁଆରୀ ୧ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ବାଣ ତିଆରି, ବିକ୍ରି ଓ ଫୁଟାଇବା ବ୍ୟାନ୍‌ କରିଛନ୍ତି। ଅନ୍‌ଲାଇନ ବିକ୍ରି ଉପରେ ମଧ୍ୟ କଟକଣା ସରକାର କଟକଣା ଲଗାଇଛନ୍ତି। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ବାଣ ବ୍ୟାନ୍‌ ହୋଇଥିବା ସୂଚନା ରହିଛି। ତେବେ ଦୀପାବଳୀ ଆଗକୁ ଆସୁଥିବାବେଳେ ତା’ପୂର୍ବରୁ ସରକାର ଏହି ବଡ଼ ନିଷ୍ପତି ନେଇଛନ୍ତି।ଦିଲ୍ଲୀ ସରକାରରେ ପରିବେଶ ମନ୍ତ୍ରୀ ଥିବା ଗୋପାଳ ରାୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୮୧ର ଧାରା ୩୧ (ଏ) ଅନୁଯାୟୀ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *