Pratidin TV

Odisha's Digital News Platform

ମନ୍ତ୍ରୀ ସଞ୍ଜୟ ସିଂହଙ୍କ ବଡ ଦାବି , ଗାଈ ଗୁହାଳରେ ଶୋଇବା ଦ୍ୱାରା ଭଲ ହୋଇଯାଏ କ୍ୟାନ୍ସର ।

1 min read

ଗୁହାଳ ସଫା କରିବା ସହ ସେଠାରେ ଶୋଇବା ଦ୍ୱାରା ସବୁଠୁ ବଡ ରୋଗ କ୍ୟାନ୍ସର ଭଲ ହୋଇଥାଏ । ଏନେଇ ଉତ୍ତରପ୍ରଦେଶର ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର ଦାବି କରିଛନ୍ତି । ଏହା ସହ ସେ ଆଉ ମଧ୍ୟ କହିଛନ୍ତି ଯେ ଗାଈର ପିଠି ଥାପୁଡ଼ାଇବା ଦ୍ୱାରା ଉଚ୍ଚ ରକ୍ତଚାପ (ବିପି) ବି କମ୍ ହୋଇପାରେ।

ୟୁପିର ପିଲିବିଟରେ ଏକ ଗୋଶାଳା ଉଦଘାଟନୀ ଅବସରରେ ଏପରି ଦାବି କରିଛନ୍ତି ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର। ଏହି ଗୋଶାଳା ୫୫ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଛି। ବୁଲାଗାଈଙ୍କ ସୁରକ୍ଷା ପାଇଁ ଏହି କାହ୍ନା ଗୋଶାଳା ନିର୍ମାଣ ହୋଇଛି।
ଏହାପରେ ମନ୍ତ୍ରୀ ଏକ ଭାଷଣ ଦେଇ କହିଛଁନ୍ତି ଯେ ବିବାହ ବାର୍ଷିକୀକୁ କିଛି ଗାଈ ଗୋରୁ ଙ୍କୁ ନେଇ ମଧ୍ୟ ପାଳନ କରାଯିବା ଉଚିତ୍ । ବିବାହରେ ସେମାନଙ୍କୁ ଖାଇବାକୁ ଦେଇ ସନ୍ତୁଷ୍ଟ କରାଯିବା ଉଚିତ୍ । ଏହା ସହ ସେ ମୁସଲମାନ ଭାଇ ମାନଙ୍କୁ ମଧ୍ୟ ପରାମର୍ଶ ଦେଇ କହିଛନ୍ତି ଯେ ଇଦ୍‌ରେ ସେମାନଙ୍କୁ ଗୋ ଶାଳା ବୁଲିଯାଇ ଗାଈ ଗୋରୁଙ୍କ ସେବା କରିବା ଉଚିତ୍ ।
ସେ ଆଉମଧ୍ୟ କହିଛନ୍ତି ଯେ ଯଦି ରକ୍ତଚାପ ରୋଗୀ ଅଛନ୍ତି, ସେମାନଙ୍କ ପାଇଁ ଏଠାରେ ଗାଈ ଅଛି। କାରଣ ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଗାଈର ପିଠି ଥାପୁଡ଼ାନ୍ତି, ତେବେ ତାଙ୍କର ରକ୍ତଚାପ ହ୍ରାସ ପାଇବ। ଏପରି କରିବା ଦ୍ୱାରା ୨୦ ମିଲିଗ୍ରାମ ରକ୍ତଚାପ ଔଷଧ ଖାଉଥିଲେ, ଏହା ୧୦ ମିଲିଗ୍ରାମକୁ ଖସି ଆସିବ। ମାତ୍ର ୧୦ ଦିନ ମଧ୍ୟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ।”

Advertisement

“ଯଦି ଜଣେ କର୍କଟ ରୋଗୀ ଗୁହାଳ ସଫା କରନ୍ତି ଏବଂ ସେଠାରେ ଶୁଅନ୍ତି, ତେବେ କର୍କଟ ମଧ୍ୟ ଭଲ ହୋଇପାରିବ। ଘସି ଜାଳିଲେ ବି ମଶାଙ୍କଠାରୁ ମୁକ୍ତ ପାଇପାରିବେ। ଗାଈଠାରୁ ଉତ୍ପାଦନ ହେଉଥିବା ସମସ୍ତ ଜିନିଷ କୌଣସି ନା କୌଣସି ଉପାୟରେ ଉପଯୋଗୀ।”

ତେବେ ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ସଞ୍ଜୟ ସିଂହ ଗଙ୍ଗୱାର ୨୦୧୨ ବିଧାନସଭା ନିର୍ବାଚନ ସମୟରେ ବହୁଜନ ସମାଜ ପାର୍ଟି (BSP) ପକ୍ଷରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ। ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ପକ୍ଷରୁ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ମଧ୍ୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *