Pratidin TV

Odisha's Digital News Platform

ରୁଷିଆ ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪’ରେ ଯୋଗଦେବେ ଓଡିଶା ଲେଖକ ଶୁଭ୍ରାଂଶୁ ପଣ୍ଡା ।

1 min read

ଭୁବନେଶ୍ବର : ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା ‘ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪’ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି।

ଓଡ଼ିଶାରେ ପ୍ରକାଶନ ବ୍ୟବସାୟକୁ ଏକ ଶିଳ୍ପରେ ପରିଣତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିଥିବା ଶ୍ରୀ ପଣ୍ଡା ନିଜର କାହାଣୀ ଓ ଉପନ୍ୟାସ ପାଇଁ ମଧ୍ୟ ବେଶ୍ ପରିଚିତ।

Advertisement

ଅକ୍ଟୋବର ୨୨ରୁ ୨୪ ଯାଏଁ ରୁଷିଆର କଜାନ୍ଠାରେ ‘ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪’ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଯୋଗ ଦେଉଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ଅକ୍ଟୋବର ୧୮ ତାରିଖରେ ମସ୍କୋର ଓ୍ବାର୍ଲଡ ଟ୍ରେଡ୍ ସେଣ୍ଟର୍ଠାରେ ‘ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪’ ଅନୁଷ୍ଠିତ ହେବ। ଏଥିରେ ଭାରତ ସମେତ ବ୍ରାଜିଲ୍, ରୁଷିଆ, ଚୀନ୍, ଦକ୍ଷିଣ ଆଫ୍ରିକା, ଇରାନ୍, ଇଜିପ୍ଟ, ଇଥିଓପିଆ ଓ ୟୁଏଇର ଯୁବ ଉଦ୍ୟାଗୀ ପ୍ରତିନିଧିମାନେ ଯୋଗଦେବେ।

Leave a Reply

Your email address will not be published. Required fields are marked *