Pratidin TV

Odisha's Digital News Platform

ମୁଣ୍ଡର କେଶ ପରେ ହରାଇଲେ ଆଖିର ପଲକ ! ସୋସିଆଲ ମିଡିଆରେ ପୋଷ୍ଟ କରି ଭାବପ୍ରବଣ ହେଲେ ହିନା ..

1 min read

ଜଣାଶୁଣା ଟିଭି ଅଭିନେତ୍ରୀ ହିନା ଖାନ ଚଳିତ ବର୍ଷ ଜୁନ୍ ମାସରେ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ ଏବଂ କହିଥିଲେ ଯେ ସେ ସ୍ତନ କର୍କଟ ଗୁରୁତର ରୋଗରେ ପୀଡିତ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ସେ ଏହି ରୋଗର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ଏପରି ସମୟରେ ଅଭିନେତ୍ରୀ ତାଙ୍କ ସ୍ୱାସ୍ଥ୍ୟ ଏବଂ କେମୋଥେରାପି ସେସନ ସମ୍ବନ୍ଧୀୟ ତଥ୍ୟ ସେୟାର କରୁଥିବା ବେଳେ

 ଅଭିନେତ୍ରୀ ହିନା ଖାନ ନିଜ ଆଖିର ପଲକକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାବପ୍ରବଣ ହୋଇପଡ଼ିଛନ୍ତି। କ୍ୟାନସର ପାଇଁ ନିଜ ମୁଣ୍ଡର କେଶ ହରାଇବା ପରେ ଏବେ ଆଖିର ପଲକ ବି ହରାଇବାକୁ ଯାଉଛନ୍ତି ଅଭିନେତ୍ରୀ ହିନା।କ୍ୟାନସର ସହ  ଲଢ଼ୁଥିବା ହିନା ଏବେ ବି କାମ ବନ୍ଦ କରିନାହାନ୍ତି। ଲଗାତାର ଫେସନ ସୋରେ ରାମ୍ପ ଓ୍ୱାକ୍ କରୁଛନ୍ତି। ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି।

Advertisement

ସ୍ତନ କର୍କଟ ରୋଗ ସହ ଜୁଝୁଛନ୍ତି ଖ୍ୟାତିସମ୍ପନ୍ନ ଟିଭି ଅଭିନେତ୍ରୀ ହିନା ଖାନ୍। ଷ୍ଟେଜ୍- ଥ୍ରୀରେ ଏବେ ହିନା। କିନ୍ତୁ ସେ ଭାଙ୍ଗି ପଡ଼ିନାହାନ୍ତି। ସୋସିଆଲ ମିଡିଆରେ ହିନା ତାଙ୍କ ଆଖିର ଦୁଇଟି ଫଟୋ ସେୟାର କରି କହିଛନ୍ତି, ଏବେ କେବଳ ତାଙ୍କ ଆଖିର ଗୋଟିଏ ମାତ୍ର ଆଖିପତା ବାକି ଅଛି l ଆପଣ ଜାଣିବାକୁ ଚାଁହୁଛନ୍ତି କି ଏହି ସମୟରେ ମୋର ପ୍ରେରଣା ଉତ୍ସ କ’ଣ? ଦିନେ ଏହା ମଜବୁତ ଏବଂ ସୁନ୍ଦର ବ୍ରିଗେଡର ଏକ ଅଂଶ ଥିଲା, ଯାହା ମୋ ଆଖିରେ ଶୋଭା ବଢ଼ାଉଥିଲା l ମୋର ଲମ୍ବା ଏବଂ ସୁନ୍ଦର ଆଖିପତା … ସାହସୀ, ଏକାକୀ ଯୋଦ୍ଧା, ମୋର ଶେଷ ଆଖିପତା ଏବେ ମୋ ସହ ଠିଆ ହୋଇ ମୋତେ ଲଢ଼ିବାର ସାହସ ଦେଉଛି l ଏହା ମୋର ଶେଷ କେମୋ ଥେରାପି l ଆଉ ଏଥିରେ ମୋ ଆଖିପତା ହେଉଛି ମୋର ପ୍ରେରଣା l ଆମେ ଦୁହେଁ ମିଶି ଏହି କଠିନ ସମୟକୁ ଦୂର କରିବୁ ବୋଲି କହିଛନ୍ତି ହିନା l ହିନା ଆହୁରି ମଧ୍ୟ ଲେଖିଛନ୍ତି- ‘ମୁଁ ଗତ ଏକ ଦଶନ୍ଧି କିମ୍ବା ତାଠାରୁ ଅଧିକ ସମୟ ହେଲାଣି କେବେବି ନକଲି ଆଖିପତା ଲଗାଇ ନାହିଁ, କିନ୍ତୁ ବର୍ତ୍ତମାନ ମୋତେ ମୋର ଆଗାମୀ ସୁଟ୍ ପାଇଁ ଏହାକୁ ପ୍ରୟୋଗ କରିବାକୁ ପଡିବ l କିଛି ଦୁଃଖ ନାହିଁ, ଖୁବ ଶୀଘ୍ର ଏସବୁ ଠିକ୍ ହେବାକୁ ଯାଉଛି ବୋଲି ଲେଖିଛନ୍ତି ହିନା l

  ଏହି ଭାବପ୍ରବଣ ପୋଷ୍ଟକୁ ନେଇ ରାକ୍ଷୀ ସାଓ୍ୱନ୍ତ ଓ ଜୁହି ପରମାର ଭଳି ସେଲିବ୍ରିଟି ରିଆକ୍ସନ ଦେଇଛନ୍ତି। କ୍ୟାନସର ରେ ପୀଡ଼ିତ ହିନାଙ୍କୁ ନ୍ୟୁରୋପାଥିକ ପେନ୍ ରହିଛି। ଏହି କାରଣରୁ ସେ ଅଳ୍ପ ସମୟ ବି ଛିଡ଼ା ହୋଇପାରୁନାହାନ୍ତି। କେମୋଥେରାପି ପାଇଁ ମୁଣ୍ଡର ସବୁତକ କେଶ ହରାଇସାରିଛନ୍ତି ହିନା। ଆଖିର ପତ୍ତା ବି ଝଡ଼ିଯାଇଛି ଏବେ। ଏହି ଆଖିର ପଲକ ଏକଦା ତାଙ୍କ ସୁନ୍ଦରତାର ପ୍ରତୀକ ଥିଲା। ଯିଏ ଆଖିକୁ ସୁନ୍ଦର କରୁଥିଲା। ଏବେ ସେ ଏହାକୁ ହରାଇ ଏକଲା ଯୋଦ୍ଧା ପାଲଟିଯାଇଛନ୍ତି। କିଛି ଦିନ ତଳେବଧୂବେଶରେ ରାମ୍ପରେ ଓ୍ୱାକ୍ କରିଥିଲେ ହିନା। ନା ଚେହେରାରେ ଥିଲା କୌଣସି ଥକ୍କାପଣ ନା ଆଖିରେ ଥିଲା ନିରାଶାଭାବ।

ଏବେ ସୁଦ୍ଧା ୫ଟି ଥେରାପି ନେଇସାରିଥିବା ହିନାଙ୍କ ଆଉ ୩ଟି ଥେରାପି ବାକି ଅଛି। ଯଦି ସବୁ କିଛି ଠିକ୍ ଚାଲିବ, ତେବେ ସେ ଶୀଘ୍ର କ୍ୟାନସରକୁ ହରାଇବେ। ୩୬ ବର୍ଷୀୟ ହିନା ହିନ୍ଦୀ ଫିଲ୍ମ ଓ ଟେଲିଭିଜନ ଦୁନିଆରେ ଜଣାଶୁଣା ଚେହେରା। ସବୁଠୁ ଅଧିକା ପାରିଶ୍ରମିକ ପାଉଥିବା ଟିଭି ଅଭିନେତ୍ରୀଙ୍କ ଭିତରେ ଅନ୍ୟତମ ହିନା। ରିସ୍ତା କ୍ୟା କେହଲତା ହୈ, କସୌଟି ଜିନ୍ଦେଗି କି, ବିଗ ବସ୍-୧୧, ରିଅଲଟି ସୋ- ଫିୟର ଫ୍ୟାକ୍ଟର ଖତରୋଁ କି ଖିଲାଡ଼ୀ ୮ରେ ଥିଲେ ହିନା। ବିଗ୍‌-ବସ୍ ୧୧ର ଉପବିଜେତା ବି ଅଟନ୍ତି ହିନା।  ତେବେ ହିନା କ୍ୟାନସର ସମୟରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ ସଲମାନ ଖାନ୍। ଜୁଲାଇରେ ହସ୍ପିଟାଲରେ ହିନାଙ୍କୁ ଭେଟି ସମସ୍ତ ସହଯୋଗ କରିବାକୁ କହିଥିଲେ ଭାଇଜାନ୍।

Leave a Reply

Your email address will not be published. Required fields are marked *