Pratidin TV

Odisha's Digital News Platform

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ; ବନ୍ଧୁକଧାରୀଙ୍କୁ ଗିରଫ କଲା ପୋଲିସ..

1 min read

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଙ୍କୁ ପୁଣି ଥରେ  ହତ୍ୟା ଉଦ୍ୟମ । ଟ୍ରମ୍ପଙ୍କ କାର୍ଲିଫଣ୍ଣିଆ ସ୍ଥିତ ରାଲିରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ନିର୍ବାଚନ ପୂର୍ବରୁ ତୃତୀୟ ଥର ପାଇଁ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଯୋଜନା କରାଯାଇଛି । ରିପବ୍ଲିକାନ ପାର୍ଟିର ନେତା ଟ୍ରମ୍ପଙ୍କୁ ରବିବାର ପୁଣି ଆକ୍ରମଣ ପାଇଁ ଉଦ୍ୟମ କରାଯାଇଛି । ଗିରଫ ବ୍ୟକ୍ତିଙ୍କଠୁ ବିପୁଳ ପରିମାଣର ଗୁଳାବାରୁଦ, ବନ୍ଧୁକ, ଗୁଳି ସହ କିଛି ନକଲି ପାସପୋର୍ଟ ଜବତ କରାଯାଇଛି । ବ୍ୟକ୍ତି ଜଣଙ୍କ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ।

ବ୍ଲାକ ରଙ୍ଗର ଏସୟୁଭି କାରରେ ଆସି ଟ୍ରମ୍ପ କାର୍ଯ୍ୟକ୍ରମ ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ତେବେ ଟ୍ରମ୍ପଙ୍କ ଉପରେ କୌଣସି ବିପଦ ନଥିବା ନେଇ ଆମେରିକାର ଆଟର୍ଣ୍ଣି ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ଟ୍ରମ୍ପଙ୍କ ଉପରେ ପୂର୍ବରୁ ଆକ୍ରମଣ କରାଯାଇଥିଲା । ଯେଉଥିରେ ଅଳ୍ପକେ ବର୍ତ୍ତିଯାଇଥିଲେ ଟ୍ରମ୍ପ । ତାଙ୍କ କାନ ପାଖରେ ଗୁଳିଟି ବାଜି ଚାଲିଯାଇଥିଲା । ଏହା ପରେ ପୁଣି ଥରେ ଏକ ରାଲିରେ ଟ୍ରମ୍ପ ଉପରେ ଆକ୍ରମର ଉଦ୍ୟମ ଫେଲ ମାରିଥିଲା । ଏବେ ତୃତୀୟ ଥର ପାଇଁ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଯୋଜନା ଫେଲ ମାରଛି ।

Advertisement

Leave a Reply

Your email address will not be published. Required fields are marked *