Pratidin TV

Odisha's Digital News Platform

ସବ ରେଜେଷ୍ଟ୍ରି କାର୍ଯ୍ୟାଳୟ ରେ ଅଚାନକ ପହଞ୍ଚିଗଲେ ରାଜସ୍ବ ମନ୍ତ୍ରୀ, ଆଉ ତାପରେ ….

1 min read

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ସବ ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ କର୍ମଚାରୀ ମାନଙ୍କୁ କିଏ କେଉଁ ବିଭାଗର ଦାୟିତ୍ୱ ରେ ଅଛନ୍ତି ସେନେଇ ପ୍ରଶ୍ନ କରିଥିଲେ । ଏହାସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ବଦଳରେ ଲୋକଙ୍କ ଠାରୁ ଟଙ୍କା ନେବା କୁ ନିର୍ବୃତ୍ତ ରହିବା ପାଇଁ ତାଗିଦ ମଧ୍ୟ କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ସହରାଞ୍ଚଳ ରେ ପାର୍ଟ ପ୍ଲଟ ବିକ୍ରି ବନ୍ଦ ଥିବା ଯୋଗୁଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ତାଙ୍କ ପାଖକୁ ଅଭିଯୋଗ ଆସିଛି ।

ଏଥିପାଇଁ ମନ୍ତ୍ରୀ ଡିଏସଆର ଏବଂ ଜିଲ୍ଲାପାଳ ଓ ଏସଡିଏ ଙ୍କୁ ମିଶି ଏହି ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଥିବା କହିଥିଲେ । ଏହାସହ କାମ ନଥାଇ ସବୁବେଳେ ଅଫିସକୁ ଆସିଲେ ଦଲାଲ କୁହାଯିବ । ସିସିଟିଭି ଆଧାରରେ ସେମାନଙ୍କ ଫଟୋ ଚିହ୍ନଟ କରି ଅଫିସ କାନ୍ଥରେ ଲଗାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Advertisement

ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନେବା ନେଇ ପ୍ରତିଶୃତି ଦେଇଛନ୍ତି । ଏହାସହ କାର୍ଯ୍ୟାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ୟାକ ନେବା ପାଇଁ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *