Pratidin TV

Odisha's Digital News Platform

BJP ନେତ୍ରୀଙ୍କୁ ଅଶ୍ଳୀଳ ଗାଳି କରି , ବନ୍ଧା ହେଲେ ୟୁଟ୍ୟୁବର ଶଙ୍କର !

1 min read

ବନ୍ଧା ହେଲେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଶଙ୍କର ଓମ୍ ସରନମ୍ । ସୋସିଆଲ ମିଡ଼ିଆରେ ମହିଳା ଓ ଗଣମାଧ୍ୟମକୁ ଅଶ୍ଳୀଳ ଗାଳି କରି ଗିରଫ ହେଲେ ୟୁଟ୍ୟୁବର ଶଙ୍କର ଓମ୍ ସରନମ୍ । କିଛି ଦିନ ପୁର୍ବରୁ ଜଣେ ମହିଳା ଙ୍କୁ ସୋସିଆଲ ମିଡିଆରେ ଗାଳି କରି ନିଜର ୟୁଟ୍ୟୁବ୍ ଚେନାଲ ରେ ଭିଡିଓ ପୋଷ୍ଟ କରିଥଲେ ଶଙ୍କର ।

ଏନେଇ ଶଙ୍କର ଓମ୍ ସରନମ୍ ଙ୍କ ୟୁଟ୍ୟୁବ୍ ଚେନାଲ ନା ରେ ୧୨ ତାରିଖରେ BJP ନେତ୍ରୀ ସୋନାଲି ମୋନାଲିସା ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ର ୨ ଦିନ ପରେ ଆଜି ବାଲେଶ୍ବର ରୁ ଗିରଫ କଲା ସାଇବର ଥାନା ପୁଲିସ। ପୁର୍ବରୁ ବାଲେଶ୍ବର ସିମୁଳିଆ ଥାନାରେ ୨ ଥର ମହିଳା ଥାନାରେ ଥରେ ଗିରଫ ହେଇ ଜେଲ ଯାଇଥିଲା ଶଙ୍କର। ଆଉ ଆଜି ଶଙ୍କର କୁ ଗିରଫ କରିବା ପରେ ୟୁଟ୍ୟୁବ୍ ଚେନାଲ କୁ ବନ୍ଦ କରିଛି ପୋଲିସ।

Advertisement

Leave a Reply

Your email address will not be published. Required fields are marked *