Pratidin TV

Odisha's Digital News Platform

ଲରେନ୍ସ ବିଷ୍ଣୋଇଙ୍କ ହିଟଲିଷ୍ଟରେ ରହିଛି ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି!

1 min read

ମହାରାଷ୍ଟ୍ରର ଭେଟରାନ ରାଜନେତା ବାବା ସିଦ୍ଦିକିଙ୍କୁ ରବିବାର ଦିନ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ମୁମ୍ବାଇ ପୋଲିସ ଜୋରସୋରରେ ଆରମ୍ଭ କରିଦେଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ  ଖବର ।  ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟର ରହିଛନ୍ତି । ସୂତ୍ରରୁ ପ୍ରକାଶ ଯେ, ସିନିୟର ଓ ଜୁନିୟର ସିଦ୍ଦିକିଙ୍କୁ ଏକାଠି ଗୁଳି କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ନିଶ୍ଚିତ କରିଥିଲା । ବର୍ତ୍ତମାନ ବାବା ସିଦ୍ଧିଙ୍କ ମୃତ୍ୟୁର ଦାୟିତ୍ୱ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିବା ବେଳେ ଆଗକୁ ତାଙ୍କ ପୁଅ ଜିଶାନ ସିଦ୍ଦିକି ମଧ୍ୟ ଟାର୍ଗେଟରେ ରହିଥିବା ନେଇ ଖବର ରହିଛି । ବାବା ସିଦ୍ଧିକିଙ୍କୁ ହତ୍ୟା କରିଥିବା ଶୁଟରମାନଙ୍କୁ ଗିରଫ କରାଯାଇଛି ।

ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଛି । ଶୁଟରମାନେ କହିଛନ୍ତି, ବାବା ସିଦ୍ଦିକି ଏବଂ ତାଙ୍କ ପୁଅ ଜିଶାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ ମିଳିଥିଲା । ଏପରିକି ତାଙ୍କୁ ଖବର ମିଳିଥିଲା ଯେ,ସନ୍ଧ୍ୟା ସମୟରେ ଉକ୍ତ ସ୍ଥାନରେ ଉଭୟ ବାବା ସିଦ୍ଧିକି ଓ ତାଙ୍କ ପୁଅ ଉପସ୍ଥିତି ରହିବେ ବୋଲି, ତେବେ ଯଦି ଉଭୟ ଏକାଠି ନ ହୁଅନ୍ତି ତେବେ ଯାହାକୁ ହେଲେ ଜଣଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନାଥାଉ ଯେ, ଶନିବାର ଦିନ ବାବା ସିଦ୍ଦିକିଙ୍କୁ ବାନ୍ଦ୍ରା ସ୍ଥିତ ଜିଶାନଙ୍କ ଅଫିସ ବାହାରେ ୩ ଜଣ ଯୁବକ ଗିଳି କରି ହତ୍ୟା କରିଥିଲେ । ହତ୍ୟା ପୂର୍ବରୁ ସେମାନେ ଅଫିସ ବାହାରେ ମୁତୟନ ଥିବା କନଷ୍ଟେବଳ ଉପରଙ୍କୁ ଲଣ୍ତା ଗୁଣ୍ତ ମଧ୍ୟ ପକାଇଥିଲେ । ସେହିପରି ଖବର ଏହା ମଧ୍ୟ ରହିଛି ଯେ, ବର୍ତ୍ତମାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଜଣେ କମେଡିଆନ ମଧ୍ୟ ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *