Pratidin TV

Odisha's Digital News Platform

ରାଜନୀତିରେ ହଲଚଲ , ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ କାହିଁକି ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ?

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା। ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିବା ସହିତ କିଛି ସମୟ ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆମ ଆଦିମ ପାର୍ଟିର ଏହି ନେତ୍ରୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦିଲ୍ଲୀ ସିଏମ ଆତିଶୀଙ୍କ ବୈଠକର ଏକ ଫଟୋ ମଧ୍ୟ ସେୟାର କରାଯାଇଛି।

ଆପଣଙ୍କୁ ଜଣାଇଦେଉଛୁ ଯେ, ନିକଟରେ ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରିବା ପରେ ଦିଲ୍ଲୀର ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଆତିଶୀ ବିଧାନସଭା ପାର୍ଟି ବୈଠକରେ ଦିଲ୍ଲୀର ସିଏମ୍ ଭାବରେ ନିର୍ବାଚିତ ହୋଇଥିଲେ।ପିଏମ ମୋଦିଙ୍କୁ ଭେଟିବା ପରେ ସିଏମ ଆତିଶୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଆମ ରାଜଧାନୀର କଲ୍ୟାଣ ଏବଂ ପ୍ରଗତି ପାଇଁ ମୁଁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ପୂର୍ଣ୍ଣ ସହଯୋଗକୁ ଅପେକ୍ଷା କରିଛି ।

Advertisement

ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ ବିଜେପିର ବଡ ଟାର୍ଗେଟରେ ରହିଛି ଆମ ଆଦମି ପାର୍ଟୀ। ଆଉ କିଛି ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଏପରି ସମୟରେ ଆତିଶୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀଙ୍କ ଏହା ହେଉଛି ଏକ ସୌଜନ ମୂଳକ ସାକ୍ଷାତ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *