Pratidin TV

Odisha's Digital News Platform

ଆଜି ‘ମିସାଇଲ ମ୍ୟାନ୍’ଙ୍କ ଜନ୍ମ ବାର୍ଷିକୀ: କଲାମ ଙ୍କୁ ସାରା ଦେଶ କରୁଛି ସଲାମ..

1 min read

ଦେଶର ବିଶିଷ୍ଟ ବୈଜ୍ଞାନିକ, ଜ୍ଞାନର ମୂର୍ତ୍ତୀମନ୍ତ, ପିପୁଲ୍ସ ପ୍ରେସିଡେଣ୍ଟ, ସ୍ବପ୍ନର ଶିଳ୍ପୀକାର, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାରତରତ୍ନ ଡା. ଅବୁଲ ପାକିର ଜୈନୁଲାବ୍ଦୀନ‌ ଅବଦୁଲ କଲାମ ତଥା (APJ Abdul Kalam) ଙ୍କ ର ଆଜି ଜନ୍ମବାର୍ଷିକ ଉତ୍ସବ ।ତାଙ୍କର ଏହି ଜନ୍ମ ଦିନକୁ ମନେରଖିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୫ତାରିଖରେ ଦେଶ ପାଳୁଛି ବିଶ୍ବ ଛାତ୍ର ଦିବସ । ସାର ବିଶ୍ବ ପାଇଁ ସେ ପାଲଟିଥିଲେ ପ୍ରେରଣାର ଉତ୍ସ । କଲାମ ଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକ ନାହିଁ । ପରିଶ୍ରମ ଓ ନିଜର ଦକ୍ଷତା ବଳରେ ସେ ଦେଶର ସର୍ବୋଚ୍ଚ ପଦରେ ବସିଥିଲେ । ସେ କେବେ ଥକିବା ଶିଖି ନଥିଲେ । ସରଳତା ଥିଲା ତାଙ୍କ ଜୀବନର ମୁଳମନ୍ତ୍ର ।କେବଳ ଗୋଟିଏ ଟ୍ରଙ୍କ ରେ ଥିଲା ତାଙ୍କ ଜୀବନ ର ସମସ୍ତ ସମ୍ପତି । ସାରା ଜୀବନ ଦେଶ ସେବା ,ପରୋପକାର,ଏବଂ ଶିକ୍ଷା ରେ ବିତାଇ ଥିଲେ । କିଏ ତାଙ୍କୁ କେତେ ରୁପରେ ମନେରଖିଛି । କିଏ ମିସାଇଲ ମ୍ୟାନ ଭାବେ ତ ଆଉ କିଏ ଦେଶର ଭବିଷ୍ୟତ କୁ ଶିକ୍ଷା ଦେଉଥିବା  ଚାଚା କଲାମ ଙ୍କ ତ କିଏ ରାଷ୍ଟ୍ରପତି ଭାବେ ମନେ ରଖିଛନ୍ତି  ।

15 ଅକ୍ଟୋବର 1931 ମସିହାରେ ତାମିଲନାଡୁ ରାମେଶ୍ବରମ ଠାରେ ଜନ୍ମ ଗ୍ରହଣ କରିଥିବା କଲାମ ଭାରତର 11 ତମ ରାଷ୍ଟ୍ରପତି ହୋଇଥିଲେ । 2002 ରୁ 2007 ଯାଏଁ ରାଷ୍ଟ୍ରପତି ହୋଇ ଦେଶ ପାଇଁ ଆଣିଥିଲେ ଖ୍ୟାତି ।

Advertisement

ଦେଶବାସୀଙ୍କ ପ୍ରେରଣା ଥିଲେ କଲାମ । ଭାରତ ବର୍ଷର ସାହାସ ଥିଲେ କଲାମ । କଲାମ ଥିଲେ ଭାରତୀୟ ମିସାଇଲ କ୍ଷେତ୍ରର ଜନକ । 1998 ପୋଖରାନ-2 ଆଣିବିକ(ପରମାଣୁ) ପରୀକ୍ଷଣରେ ତାଙ୍କର ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ଖାଲି ଏତିକି ନୁହେଁ ଭାରତର ମହାକାଶ ଗବେଷଣା ଓ ମିସାଇଲ ପରୀକ୍ଷଣରେ ମଧ୍ୟ କଲାମଙ୍କ ଅବଦାନ ଅତୁଳନୀୟ । ମିସାଇଲ ପ୍ରକଳ୍ପ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ‘ମିସାଇଲ ମ୍ୟାନ’ର ଆଖ୍ୟା ପାଇଥିଲେ ଏହି ଯୁଗ ପୁରୁଷ ।

ବିଦ୍ବାନ ଥିଲେ କଲାମ । ଶିକ୍ଷାବିତ ଥିଲେ କଲାମ । ମନରେ ଥିଲା ରାଷ୍ଟ୍ରଭକ୍ତି, ଭାରତବର୍ଷକୁ ନେଇ ଦେଖିଥିଲେ ଅଜସ୍ର ସ୍ବପ୍ନ । ଖାଲି ସ୍ବପ୍ନ ଦେଖିନଥିଲେ , ସ୍ବପ୍ନ ସାକାର ମଧ୍ୟ କରୁଥିଲେ । ଶିଶୁଙ୍କର ଖୁବ ପ୍ରିୟ ଥିଲେ କଲାମ । ଅବସର ସମୟରେ ଦେଶର ଶିଶୁ ଓ ଯୁବ ପିଢିଙ୍କ ସହ ଆଲୋଚନା, ଭାବବିନିମୟ କରୁଥିଲେ । କିଛି ବଡ ଚିନ୍ତା କରିବା ପାଇଁ ଅନୁପ୍ରାଣୀତ କରୁଥିଲେ । ଜୀବନରେ ସବୁବେଳେ ବଡ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେଉଥିଲେ । ଇଣ୍ଡିଆ 2020, ଭିଜନ ଫର ଏ ନିଉ ମିଲେନିୟମ, ମିଶନ ଅଫ ଇଣ୍ଡିଆ, ଏ ଭିଜନ ଅଫ ଇଣ୍ଡିଆନ ୟୁଥ ପରି ପ୍ରାୟ 25 ଟି ଅମୂଲ୍ୟ ପୁସ୍ତକ ରଚନା କରିଛନ୍ତି ଏହି ଯୁଗଜନ୍ମା ।

ତାଙ୍କ ପାଇଁ ଥିଲା ରାଷ୍ଟ୍ର ସର୍ବୋପରି । ରାଷ୍ଟ୍ରର ସୁରକ୍ଷା ପାଇଁ ଯେଉଁ ଅବଦାନ ଦେଇଯାଇଛନ୍ତି ତାହା କେବେ ଏହି କୃତଜ୍ଞରାଷ୍ଟ୍ର ଭୁଲିବ ନାହିଁ । କୋଟି କୋଟି ଭାରତୀୟଙ୍କୁ ଯେଉଁ ପରାମର୍ଶ ଦିଗଦର୍ଶନ ଦେଇ ଯାଇଛନ୍ତି ତାହାକୁ ପାଥେୟ କରି ଆଗକୁ ବଢିବ ଦେଶ । ନୂଆ ନୂଆ ସ୍ବପ୍ନ ଦେଖିବେ ଶିଶୁ , ଯୁବକ । ତାଙ୍କର ଦିବ୍ୟବାଣୀ, ଅମୁଲ୍ୟ ପରାମର୍ଶ ଏକ ପବିତ୍ର ଗ୍ରନ୍ଥ । ରାଷ୍ଟ୍ରପତି ତାଙ୍କର ଅବଦାନ ପାଇଁ ଏହି ଦେଶ କଲାମଙ୍କୁ ଦେଇଛି ସମ୍ମାନ କରିଛି ଶ୍ରଦ୍ଧା । ଅଜାଡି ଦେଇଛି ସ୍ନେହ ମମତା ।

Leave a Reply

Your email address will not be published. Required fields are marked *